www.samajalive.in
Monday, December 15, 2025
16.1 C
Bhubaneswar

ଦଶମ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ସଂଶୋଧନ ୨୦ରୁ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆସନ୍ତା ମାଟ୍ରିକ ପରୀକ୍ଷା ନିମନ୍ତେ ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଶୋଧନ ନିମନ୍ତେ ଆଉ ଏକ ସୁଯୋଗ ପ୍ରଦାନ କରାଯାଇଛି। ଏହି ସଂଶୋଧନ ପ୍ରକ୍ରିୟା ନିମନ୍ତେ ଛାତ୍ରଛାତ୍ରୀଙ୍କ ପଞ୍ଜିକୃତ ତଥ୍ୟ ବୋର୍ଡ ୱେବସାଇଟ୍‍ରେ ଜୁଲାଇ ୨୦ରୁ ଅଗଷ୍ଟ ୩ ତାରିଖ ମଧ୍ୟରାତ୍ରି ଯାଏ ଉପଲବ୍ଧ ହେବ। ପ୍ରତି ହାଇସ୍କୁଲର ମୁଖ୍ୟ ନିଜ ୟୁଜର ଆଇଡି ଓ ପାସ୍‍ୱାଡ୍‍ ବ୍ୟବହାର କରି ଉକ୍ତ ତଥ୍ୟଗୁଡ଼ିକୁ ସଂଶୋଧନ କରିପାରିବେ। ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ସଂଖ୍ୟା, ନାମ ସଂଶୋଧନ ସହ ଫଟୋକପି ସଂଯୋଗ କାର୍ଯ୍ୟ ହାଇସ୍କୁଲର ମୁଖ୍ୟମାନେ କରିବାକୁ ସୁଯୋଗ ପାଇବେ।
ଛାତ୍ରଛାତ୍ରୀମାନେ ପସନ୍ଦ ଅନୁସାରେ ତୃତୀୟ ଭାଷା ବିଷୟ ଏହି ପ୍ରକ୍ରିୟାରେ ପରିବର୍ତ୍ତନ କରିପାରିବେ। ହାଇସ୍କୁଲର ତଥ୍ୟଗୁଡ଼ିକ ମଧ୍ୟ ସଂଶୋଧନ କରାଯାଇପାରିବେ। ଏଥିରେ ହାଇସ୍କୁଲର ଇମେଲ ଆଇଡି, ଫୋନ୍‍ ନମ୍ବର, ମୋବାଇଲ୍‍ ନମ୍ବର, ମୁଖ୍ୟଙ୍କ ନାମ ପରିବର୍ତ୍ତନ କରାଯିବା ସହ ହାଇସ୍କୁଲ ମୁଖ୍ୟଙ୍କ ଦସ୍ତଖତ ଅପଲୋଡ୍‍ କରାଯାଇପାରିବ। ଏଥିସହ ୱେବ୍‍ସାଇଟ୍‍ରେ ରହିଥିବା ହାଇସ୍କୁଲର ସମ୍ପୂର୍ଣ୍ଣ ବିବରଣୀକୁ ମଧ୍ୟ ପ୍ରିଣ୍ଟ କରାଯାଇପାରିବ।
ଅନ୍‍ଲାଇନ୍‍ ବ୍ୟତୀତ ଛାତ୍ରଛାତ୍ରୀଙ୍କ ନାମ ସଂଶୋଧନ, ଫଟୋକପି ଅପଲୋଡ୍‍, ବାଦ ପଡ଼ିଥିବା କୌଣସି ସଠିକ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ, ବିଦ୍ୟାଳୟ ବଦଳାଇଥିବା ଛାତ୍ରଛାତ୍ରୀଙ୍କ ପୁନଃ ପଞ୍ଜିକରଣ ଆଦି କାର୍ଯ୍ୟ ନିମନ୍ତେ ଆବଶ୍ୟକ ଅରିଜିନାଲ କାଗଜପତ୍ର ବଜ୍ରକବାଟିସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରି କରାଯାଇପାରିବ। ତେଣୁ ଉଭୟ ଅନ୍‍ଲାଇନ୍‍ ଏବଂ ଅଫ୍‍ଲାଇନ୍‍ ସଂଶୋଧନ ନିମନ୍ତେ ଉପରୋକ୍ତ ସମୟ ଅବଧି ପ୍ରଦାନ କରାଯାଇଥିବା ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡ. ନିହାରରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories