www.samajalive.in
Thursday, December 11, 2025
14.1 C
Bhubaneswar

ବୋମାମାଡ଼ରେ ଯୁବକଙ୍କୁ ହତ୍ୟା ଘଟଣା ; ଜଣେ ମହିଳା ସମେତ ୪ଗିରଫ

ଗୋପାଳପୁର : ଗଞ୍ଜାମ ଜିଲା ଗୋପାଳପୁର ଥାନ ବଡଗୁମୁଳାରେ ସୁଶାନ୍ତ କୁମାର ସାହୁ ନାମକ ଜଣେ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ କରି ହତ୍ୟା କରାଯାଇଥିଲା। ଘଟଣାର ୧୦ ଦିନ ପରେ ପୁଲିସକୁ ଏନେଇ ସଫଳତା ମିଳିଛି । ଏହି ଘଟଣାରେ ସମ୍ପୃକ୍ତି ଥିବା ଜଣେ ମହିଳା ଓ ତାଙ୍କ ସ୍ୱାମୀ ସମେତ ମୋଟ ୪ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ରଣା ସାହିର ମାମିନି ସାହୁ(୨୪), ତାଙ୍କ ସ୍ୱାମୀ ଚନ୍ଦନ କୁମାର ସାହୁ(୨୮), ତାରାତାରିଣୀ ଗୋବିନ୍ଦ ନଗରର ଗୋପୀନାଥ ରଣା(୨୪) ଓ ଚମା ଖଣ୍ଡି ଥାନ ଅନ୍ତର୍ଗତ ନରେନ୍ଦ୍ରପୁର ଧୋବା ସାହିର ଅଜିତ ସେଠି(୨୨) ବୋଲି ପୋଲିସ ସୂଚନା ଦେଇଛି । ଏହି ହତ୍ୟା ଘଟଣାର ୨ମାଷ୍ଟରମାଇଣ୍ଡ ଟୁନା ସେଠି ଓ ପ୍ରଦୀପ ସେଠି ଅଦ୍ୟାବଧି ଫେରାର ରହିଥିବା ପୁଲିସ ସୂଚନା ଦେଇଛି । ଏଥିସହ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ଘଟଣା ବେଳେ ବ୍ୟବହୃତ ଏକ ମୋଟର ସାଇକଲକୁ ପୁଲିସ ଜବତ କରିଥିବା ଗୋପାଳପୁର ଥାନା ଅଧିକାରୀ ଵିଵେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

ପ୍ରକାଶ ଯୋଗ୍ୟ, ଗୋପାଳପୁର ଥାନା ଅନ୍ତର୍ଗତ ବଡଗୁମୁଳା ଗ୍ରାମରେ ଗତ ୨୦ ତାରିଖ ରାତି ୮.୩୦ ବେଳେ ସୁଶାନ୍ତ ତାଙ୍କ ଘର ନିକଟ ଜଣେ ଲୋକଙ୍କ ଘର ବାରଣ୍ଡାରେ ଶୋଇରହି ମୋଵାଇଲ ଦେଖୁଥିବାବେଳେ ଦୁର୍ବୃତ୍ତମାନେ ସୁଶାନ୍ତଙ୍କ ପେଟ ଉପରେ ଲଗାତାର ଭାବେ ୨ଗୋଟି ବୋମା ମାଡ଼ କରିଥିଲେ। ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଠିଥିଲା। ପୁଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରିବା ସହ ଲଡୁ କିଶୋର ସାହୁଙ୍କ ଅଭିଯୋଗ କ୍ରମେ ୪୬/୧୯ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories