www.samajalive.in
Monday, December 15, 2025
26.1 C
Bhubaneswar

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ

ନୂଆଦିଲ୍ଲୀ : କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି। ମୋଟ ୫୦୦ରୁ ୪୯୯ ନମ୍ବର ରଖି ଦୁଇଟି ଝିଅ ପ୍ରଥମ ସ୍ଥାନରେ ଅଛନ୍ତି। ସେହିପରି ୩ ଜଣ ଝିଅ ୫୦୦ରୁ ୪୯୮ ନମ୍ବର ଲେଖାଏଁ ରଖି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ପରୀକ୍ଷା ଫଳ ବିଭାଗୀୟ ୱେବସାଇଟ୍‍ cbse.nic.inରେ ଉପଲବ୍ଧ ରହିଛି। ଏଥିରେ ଲଗଇନ୍‍ କରି ଛାତ୍ରଛାତ୍ରୀମାନେ ନିଜ ପରୀକ୍ଷା ଫଳ ଦେଖିପାରିବେ।

ଚଳିତ ବର୍ଷ ୧୨.୮୭ ଲକ୍ଷ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ। ୮୩.୪% ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସର୍ବାଧିକ ତ୍ରିବେନ୍ଦ୍ରମ ଅଞ୍ଚଳର ୯୮.୨% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସିବିଏସ୍‍ଇ ପକ୍ଷରୁ କୁହାଯାଇଛି ଯେ ପ୍ରଥମ ଥର ପରୀକ୍ଷା ଶେଷ ହେବାର ମାତ୍ର ୨୮ ଦିନ ପରେ ଫଳ ପ୍ରକାଶ ପାଇଛି। ଶୀର୍ଷ ୨ଟି ସ୍ଥାନରେ ୫ ଜଣ ଝିଅ ଅଛନ୍ତି। ଗାଜିଆବାଦ ଡିପିଏସ୍‍ ସ୍କୁଲର ହସିଂକା ଶୁକ୍ଳା (୪୯୯ ନମ୍ବର), ମୁଜାଫରନଗର ଏସ୍‍ଡି ପବ୍ଲିକ୍‍ ସ୍କୁଲର କରିଶ୍ମା ଆରୋଡ଼ା (୪୯୯ ନମ୍ବର) ରଖି ପ୍ରଥମ ସ୍ଥାନରେ ଅଛନ୍ତି। ଦ୍ୱିତୀୟ ସ୍ଥାନରେ ହୃଷିକେଶ ନିର୍ମଳ ଆଶ୍ରମ ସ୍କୁଲର ଗୌରାଙ୍ଗ ଚାୱଲା (୪୯୮ ନମ୍ବର), ରାୟବରେଲି କେନ୍ଦ୍ରୀୟ ବିଦ୍ୟାଳୟର ଐଶ୍ୱର୍ଯ୍ୟା (୪୯୮ ନମ୍ବର), ଜିନ୍ଦି ବିଆରଏସକେ ଇଣ୍ଟରନେସନାଲ ପବ୍ଲିକ୍‍ ସ୍କୁଲର ଭବ୍ୟା (୪୯୮ ନମ୍ବର) ରଖିଛନ୍ତି।

- Advertisement -

ସିବିଏସଇ ଅଧ୍ୟକ୍ଷା ଅନୀତା କାରୱାଲ କହିଛନ୍ତି ଯେ ବୋର୍ଡ କର୍ମଚାରୀମାନେ ଗତ ୧୫ ଦିନ ହେବ ଫଳ ପ୍ରକାଶ ପାଇଁ କାର୍ଯ୍ୟ କରୁଥିଲେ। ଚଳିତ ଥର ମାତ୍ର ୨୮ ଦିନରେ ଫଳ ପ୍ରକାଶ ପାଇଛି। ଏଥିପାଇଁ କର୍ମଚାରୀମାନେ ଘରକୁ ଯାଇନାହାନ୍ତି। ପ୍ରକାଶ ଯେ ଦ୍ୱାଦଶ ବୋର୍ଡ ପରୀକ୍ଷା ଅପ୍ରେଲ ୪ରେ ଶେଷ ହୋଇଥିଲା। ମଇ ୨ରେ ଫଳ ପ୍ରକାଶ ପାଇଛି। ବୋର୍ଡ ଅନୁସାରେ ଅସନ୍ତା ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହେବ। ଫଳ ଏଭଳି ମଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରବେଶ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ପ୍ରର୍ଯ୍ୟାପ୍ତ ସମୟ ପାଇବେ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories