www.samajalive.in
Sunday, December 7, 2025
26.1 C
Bhubaneswar

ଦୀପିକାଙ୍କର କୋଟି କୋଟି ଟଙ୍କା କ୍ଷତି, ବିରାଟ-ଅନୁଷ୍କାଙ୍କ ନାଆ ବି ଟଳମଳ: ଏମାନଙ୍କ ଉପରେ ଟଙ୍କା ବର୍ଷା

ସମାଜ ଡିଜିଟାଲ ଡେସ୍କ: ସାଧାରଣତଃ ଆମକୁ ଲାଗେ ଯେ ବଲିଉଡ ସେଲିବ୍ରିଟିମାନେ କେବଳ ଚଳଚ୍ଚିତ୍ରରେ ଅଭିନୟ କରି ଟଙ୍କା ରୋଜଗାର କରନ୍ତି, କିନ୍ତୁ ତାହା ନୁହେଁ। ବିଜ୍ଞାପନ ସହିତ ଅନେକ ବଡ଼ ବଡ଼ ସୁପରଷ୍ଟାର ନିଜସ୍ଵ ବ୍ୟବସାୟ ମଧ୍ୟ ଚଳାନ୍ତି ଏବଂ ସେଥିରୁ ସେମାନେ କୋଟି କୋଟି ଟଙ୍କା ଆୟ କରନ୍ତି। କେହି ପ୍ରଡକ୍ସନ୍ ହାଉସ୍ ଚଲାନ୍ତି ତ ଆଉ କାହାର ପ୍ରସାଧନ ସାମଗ୍ରୀ କିମ୍ବା ପୋଷାକ କମ୍ପାନୀ ମଧ୍ୟ ରହିଛି। କିନ୍ତୁ ଏଥିରୁ ସେଲିବ୍ରିଟିମାନେ କେତେ ଲାଭ କରନ୍ତି ନିକଟରେ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏଥିରେ ଦୀପିକା ପାଦୁକୋନଙ୍କଠାରୁ ଆରମ୍ଭ କରି ହ୍ରିତିକ ରୋଶନ, ଅନୁଷ୍କା ଶର୍ମା, ଆଲିଆ ଭଟ୍ଟ ଏବଂ ଶାହିଦ କପୁରଙ୍କ ବ୍ୟବସାୟ ଅଭିବୃଦ୍ଧି ବିଷୟରେ କୁହାଯାଇଛି। ତେବେ ଆସନ୍ତୁ ଜାଣିବା ବ୍ୟବସାୟରୁ କେଉଁ ତାରକା କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଏବଂ କାହାକୁ କ୍ଷତି ସହିବାକୁ ପଡ଼ିଛି।

ନିକଟରେ ଷ୍ଟୋରୀବୋର୍ଡ-୧୮ ସେଲିବ୍ରିଟିଙ୍କ ନିଜସ୍ଵ ବ୍ରାଣ୍ଡଗୁଡ଼ିକର ବିଶ୍ଳେଷଣ କରିଛି। ଏଥିରେ ଅନୁଷ୍କା ଶର୍ମାଙ୍କଠାରୁ ଆରମ୍ଭ କରି ଦୀପିକା ପାଦୁକୋନଙ୍କ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟିଙ୍କ କମ୍ପାନୀ ଏବଂ ବ୍ୟବସାୟ ସାମିଲ। ଅନେକ ସେଲିବ୍ରିଟି ପ୍ରଚୁର ଲାଭ କରୁଥିବାବେଳେ କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି।

- Advertisement -

ଏହି ରିପୋର୍ଟରେ କୁହାଯାଇଛି ଯେ, ଦୀପିକା ପାଦୁକୋନ୍ କିଛି ଦିନ ପୂର୍ବରୁ ତାଙ୍କ ସ୍କିନ୍ କେୟାର ବ୍ରାଣ୍ଡ 82°E ଲଞ୍ଚ୍ କରିଥିଲେ। ଗତ ୯ ମାସରେ ଏହି କମ୍ପାନୀ ୨୫.୦୧ କୋଟି ଟଙ୍କା କ୍ଷତି ସହିଛି। ସେହିପରି ବିରାଟ କୋହଲିଙ୍କ ପୋଷାକ କମ୍ପାନୀ WROGNରେ ମଧ୍ୟ ୨୯% କ୍ଷତି ପରିଲକ୍ଷିତ ହୋଇଛି। ଏହା ବ୍ୟତୀତ ଶାହିଦ କପୁରଙ୍କ Skult, ଅନୁଷ୍କା ଶର୍ମାଙ୍କ Nush ଏବଂ ସୋନମ କପୁରଙ୍କ Rheson ମଧ୍ୟ କ୍ଷତି ସହିଛି।

ଅପରପକ୍ଷେ, ଆଲିଆ ଭଟ୍ଟଙ୍କ ପୋଷାକ କମ୍ପାନୀ Ed-a-Mammaର ରାଜସ୍ୱରେ ଚାରି ଗୁଣା ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି କମ୍ପାନୀ ଏବେ ରିଲାଏନ୍ସ ରିଟେଲ ସହ ହାତ ମିଳାଇଛି। ସେହିପରି କ୍ୟାଟ୍ରିନା କୈଫଙ୍କ ବିୟୁଟି ବ୍ରାଣ୍ଡ Kay Beauty ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢି ଚାଲିଛି। NYKAA ସହ ହାତ ମିଳାଇବା ପରେ ଏହାର ୧୫ ଲକ୍ଷ ଗ୍ରାହକ ହୋଇଯାଇଛନ୍ତି, ଫଳରେ ଏହାର ୬୨% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ହ୍ରିତିକ ରୋଶନଙ୍କ ପୋଷାକ କମ୍ପାନୀ HRXକୁ ୫ ଗୁଣା ଅଧିକ ଲାଭ ମିଳିଛି। ଏହାର ରାଜସ୍ୱ ୧୦୦୦ କୋଟି ଟଙ୍କା ଅତିକ୍ରମ କରିଛି ଏବଂ ଅନ୍ୟ ସେଲିବ୍ରିଟିମାନଙ୍କ ମଧ୍ୟରେ ତାଙ୍କ ପୋଷାକ କମ୍ପାନୀ ସବୁଠୁ ଆଗରେ ରହିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories