କାନ୍ଦିଲେ ପ୍ରିୟଙ୍କା

ପୂର୍ବତନ ବିଶ୍ବ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରାଙ୍କ ସିନେ କ୍ୟାରିୟର ଆରମ୍ଭ ଦିନର ଘଟଣା। ସେ ସମୟରେ ସୁନ୍ଦରୀ ତଥା ସ୍ମାର୍ଟ ପିସି(ପ୍ରିୟଙ୍କା ଚୋପ୍ରା)ଙ୍କୁ ଭଲଭଲ ବ୍ୟାନରରେ ସୁଯୋଗ ମିଳିଲା। ୨୦୦୪ରେ ତାଙ୍କୁ ଏତ୍‌ରାଜ୍ ଚଳଚ୍ଚିତ୍ର ଅଫର୍ ଆସିଲା। ନିର୍ଦେଶକ ଅବ୍‌ବାସ-ମୁସ୍ତାନଙ୍କ ପାଖରୁ କାହାଣୀ ଶୁଣିବା ପରେ ସେ ସଙ୍ଗେସଙ୍ଗେ ରାଜି ହେଲେ। ପିସି ଭାବିଲେ ଯେ ସେ ମୁଖ୍ୟ ନାୟିକା ଚରିତ୍ରରେ କାମ କରିବେ। ନିର୍ଦେଶକ କିନ୍ତୁ କହିଥିଲେ ଯେ ଚଳଚ୍ଚିତ୍ରର ନକାରାତ୍ମକ ଭୂମିକା ପାଇଁ ପ୍ରିୟଙ୍କାଙ୍କୁ ମନୋନୀତ କରାଯାଇଛି। ଏତକ ଶୁଣି ପିସି କାନ୍ଦିବା ଆରମ୍ଭ କରିଦେଲେ। ସେ ଅଭିନେତ୍ରୀ ହେବା ପାଇଁ ଆସିଛନ୍ତି, ଖଳନାୟିକା ହେବାକୁ ନୁହେଁ, କାନ୍ଦିକାନ୍ଦି ଏମିତି କେତେ କଥା ସେ କହିଲେ। ମୁସ୍ତାନ ଭାଇ ପିସିଙ୍କୁ ବୁଝାଇ କହିଲେ, ଅଭିନୟକୁ ଗୁରୁତ୍ବ ଦେବା ଜରୁରୀ, ଭୂମିକାକୁ ନୁହେଁ। ଏହି ଗୋଟିଏ କଥାକୁ ପ୍ରିୟଙ୍କା ବୁଝି ଚୁପ୍ ହୋଇଗଲେ। ତା’ ପରେ ସେ ଏହି ଚଳଚ୍ଚିତ୍ରରେ କାମ କରିବାକୁ ସମ୍ମତି ଦେଲେ। ପ୍ରିୟଙ୍କା ଏଥିରେ ନକାରାତ୍ମକ ଭୂମିକାରେ କାମ କରି ରାତାରାତି ସୁପରହିଟ୍ ଅଭିନେତ୍ରୀ ତାଲିକାରେ ସ୍ଥାନ ପାଇଥିଲେ।

Comments are closed.