କାଳ ସାଜିଲା କାଳବୈଶାଖୀ: ବାହାଘର ଭୋଜି ଛାରଖାର, ଜଣେ ଗୁରୁତର

ବଲାଙ୍ଗିର: ଘର କାନ୍ଥରେ ଝରଣା ସହ ପିଣ୍ଟୁ ଲେଖା ହେଇଛି। ବାହାଘର ଭୋଜି ପାଇଁ ସବୁ ଆୟୋଜନ ଶେଷ ହୋଇ ସାରିଥିଲା। ଘରେ ବନ୍ଧୁବର୍ଗଙ୍କ ଭିଡ। କିନ୍ତୁ ମଙ୍ଗଳବାର ଦିନ ୪ଟା ବେଳକୁ ଘୋଟି ଆସିଲା କାଳ ବୈଶାଖୀ। ପବନରେ ଉଡିଗଲା ଟେଣ୍ଟ। ବାହାବେଦୀ ଛାରଖାର। ରନ୍ଧା ଖାଦ୍ୟ ନଷ୍ଟ। ଚିନ୍ତାରେ କନ୍ୟା ପକ୍ଷ। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ମନୁପାଲି ଗାଁରେ। ମଙ୍ଗଳବାର ଭୁବନ ସାହୁଙ୍କ ବାହାଘର ଭୋଜିଥିବା ବେଳେ ପ୍ରବଳ ଝଡତୋଫାନ ଯୋଗୁଁ ଘଟିଛି ଏଭଳି ଘଟଣା। ଟେଣ୍ଟର ଲୁହା ପଡିଯିବାରୁ ଜଣେ ୧୨ ବର୍ଷର ପିଲା ଗୁରୁତର ହୋଇଛି। ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଆଗଲପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନ ୪ ଟାରୁ ଜିଲାର ବିଭିନ୍ନ ଜାଗାରେ ଝଡତୋଫାନ ସହ କୁଆପଥର ମାଡ ହୋଇଥିବା ଜଣାପଡିଛି।

Comments are closed.