www.samajalive.in
Saturday, December 6, 2025
15.1 C
Bhubaneswar

ଭୁଲ ଇଞ୍ଜେକ୍ସନ ନେଲା ମହିଳାଙ୍କ ଜୀବନ !

ତୁରେକେଲା: ବଲାଙ୍ଗିର ଜିଲା ତୁରେକେଲା ବ୍ଲକ ଅଞ୍ଚଳରେ ଦିନକୁ ଦିନ କ୍ୱାକଙ୍କ ପ୍ରାଦୁର୍ଭାବ ବଢି ଚାଲିଛି। ଭୁଲ ଇଞ୍ଜେକ୍ସନ ଯୋଗୁଁ ଅନେକଙ୍କ ଜୀବନ ହାନି ଘଟୁଥିବା ଅଭିଯୋଗ ଆସୁଛି। ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ମହୁଲପାଟି ଗାଁ ରୁ। କ୍ୱାକଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ତୁରେକେଲା ବ୍ଲକ ମହୁଳପାଟି ଗାଁର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ମହୁଲପାଟି ଗାଁର ଡିଙ୍ଗର ପୁଟା ଏବଂ ତାଙ୍କ ପତ୍ନୀ ଭବାନୀ ପୁଟା ଚାଷ କାମ କରି ଘରକୁ ଫେରିଥିଲେ। ହଠାତ୍ ଗତକାଲି ରାତିରେ ଭବାନୀଙ୍କ ହାତ ଗୋଡ଼ ବିନ୍ଧିବା ସହ ଜର ହେବାରୁ ଲର୍କି ଗାଁର କ୍ୱାକ ରଞ୍ଜିତ ମେହେର ତାଙ୍କୁ ଇଞ୍ଜେକ୍ସନ ଦେଇଥିଲେ। କ୍ୱାକ ଜଣକ ମହିଳାଙ୍କୁ ଇଞ୍ଜେକ୍ସନ ଦେବା ପରେ ହଠାତ ମହିଳା ଜଣକ ଅଚେତ ହୋଇପଡିଥିଲେ। ଘଟଣା ପରେ ପରିବାର ଲୋକ ଅଚେତ ଅବସ୍ଥାରେ ତୁରେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।ପରିବାର ଲୋକେ ସମ୍ପୃକ୍ତ କ୍ୱାକ ନାଁରେ ତୁରେକେଲା ଥାନା ରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories