ଦେଓଗାଁ : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ମୁରସିଂହ ସାପ୍ତାହିକ ହାଟରେ କଂଗ୍ରେସ କର୍ମୀ ଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନୁସାରେ କୁତୁର୍ଲା ପଞ୍ଚାୟତର ବରିଷ୍ଠ କଂଗ୍ରେସ କର୍ମୀ ବଳରାମ ନାୟକ କୁତୁର୍ଲା କଲେଜ ସମ୍ମୁଖ ରେ ବାଇକ ରେ ବସିଥିଲେ। ଏତିକିବେଳେ ସେହି ଗାଁର ନରେଶ ବାରିକ ନାମକ ଜଣେ ବ୍ୟକ୍ତି ଏକ ଠେଙ୍ଗା ଧରି ତାଙ୍କୁ ମାଡ ମାରିବାରୁ ସେ ତଳେ ପଡି ଯାଇଥିଲେ। ଏପରି କି ମୁଣ୍ଡ ରେ ଅଧିକ ପ୍ରହାର କରିବାରୁ ତାଙ୍କ ମୁଣ୍ଡ ରୁ ରକ୍ତ ସ୍ରାବ ହୋଇ ଗଭୀର ଆଘାତ ଲାଗିଥିଲା । ପରେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ଦେଓଗାଁ ଏବଂ ପରେ ବଲାଙ୍ଗିର ଜିଲ୍ଲା ହସ୍ପିଟାଲ ରେ ଭର୍ତ୍ତି କରିଛନ୍ତି। ସେପଟେ ଏହି ଘଟଣା କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଦେଓଗାଁ ପୁଲିସ ଅଭିଯୁକ୍ତ ନରେଶ ବାରିକକୁ ଗିରଫ କରିଛି।
Popular Categories



