www.samajalive.in
Saturday, December 6, 2025
16.1 C
Bhubaneswar

ବନ୍ୟାଜଳରେ ଭାସିଗଲେ ୨୭ ଶିଶୁ, ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି

ସମାଜ ଡିଜିଟାଲ ଡେସ୍କ: ଆମେରିକାର ଦକ୍ଷିଣ-କେନ୍ଦ୍ରାଞ୍ଚଳସ୍ଥିତ ଟେକ୍ସାସ ରାଜ୍ୟର କେର୍‌ କାଉଣ୍ଟିରେ ପ୍ରବଳ ବର୍ଷା ପରବର୍ତ୍ତୀ ବନ୍ୟା ଯୋଗୁ ସାଂଘାତିକ ଅବସ୍ଥା ସୃଷ୍ଟି ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୫୦ ଜଣଙ୍କ ମୃତ୍ୟୁ ଘଟିଛି। ୨୭ ଶିଶୁ ବନ୍ୟାଜଳରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। ଯାହାଫଳରେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନ ପକ୍ଷରୁ ବଡ଼ ଧରଣର ଅପରେସନ ଚାଲିଛି।

କେର କାଉଣ୍ଟିରେ ଏକ ଗ୍ରୀଷ୍ମକାଳୀନ ଶିବିର ଆୟୋଜନ କରାଯାଇଥିଲେ। ଏଥିରେ ୨୭ ଶିଶୁ ଅଂଶଗ୍ରହଣ କରିଥିଲେ। ଗତ ଶୁକ୍ରବାର ପ୍ରବଳ ବର୍ଷା ଯୋଗୁ ହଠାତ ବନ୍ୟା ଆସିଥିଲା। ୮ ମିଟର ଉଚ୍ଚତାରେ ବନ୍ୟାଜଳ ମାଡ଼ି ଆସିଥିଲା। ଫଳରେ ବହୁ ଲୋକଙ୍କ ଘରଦ୍ଵାର ଏବଂ ଯାନବାହନ ଭାସିଯାଇଥିଲା। ଗ୍ରୀଷ୍ମକାଳିନ ଶିବିରରେ ଥିବା ୨୭ ଶିଶୁ ବି ବନ୍ୟାଜଳରେ ଭାସିଯାଇଛନ୍ତି। ସେମାନଙ୍କ ପତ୍ତା ମିଳିନାହିଁ। ଉକ୍ତ ଅଞ୍ଚଳରେ ଏବେ ବି ବର୍ଷା ଜାରି ରହିଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories