www.samajalive.in
Sunday, December 14, 2025
17.1 C
Bhubaneswar

କିରାବାହାଲ-ଛତାମଖନା ସେତୁ ଲୋକାର୍ପିତ

ବଲାଙ୍ଗିର: ରବିବାର ସୁକତେଲ ନଦୀ ଉପରେ କିରାବାହାଲ-ଛତାମଖନା ସେତୁ ଲୋକାର୍ପିତ ହୋଇଛି । ଜାତୀୟ ରାଜପଥକୁ ଆସିବା ପାଇଁ ସୁକତେଲ ଆରପଟରେ ଥିବା କିରାବାହାଲ, ରାଣୀପାଲି, ଖଲିଆପାଲି, ସେମିଲିଆ, ରାମସିଂହା, ଧମନାସର ଅଞ୍ଚଳର ଲୋକଙ୍କୁ ୧୫ କିଲୋମିଟର ପର୍ୟ୍ୟନ୍ତ ବୁଲିବାକୁ ପଡୁଥିଲା । ସେତୁ ହେବା ଦ୍ୱାରା ଦୂରତା ୧୦ କିଲୋମିଟର କମି ଯାଇଛି। ଗମନା ଗମନ, ସାମାଜିକ ଓ ବ୍ୟବସାୟିକ ଦୃଷ୍ଟିକୋଣରୁ ସେତୁଟି ଏହି ଅଞ୍ଚଳ ପାଇଁ ଏକ ଆଶୀର୍ବାଦ । ରବିବାର କିରାବାହାଲ-ଛତାମଖନା ସେତୁର ଲୋକାର୍ପଣ ଉତ୍ସବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ଏହା କହିଛନ୍ତି । ୨୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି ସେତୁ ଲମ୍ବ ୨୫୦ ମିଟର ଓ ଏହା ୨୦୧୮ ମସିହା ଜୁନ ମାସ ୨ ତାରିଖ ଦିନ ଭିତ୍ତି ପ୍ରସ୍ତର ଦିଆଯାଇଥିଲା।

ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ.ନଳିନିକାନ୍ତ ଦାଶଙ୍କ ଉପସ୍ଥିତିରେ ଫିତା କାଟି ସେତୁର ଉଦଘାଟନ କରିଥିଲେ ବିଧାୟକ ଶ୍ରୀ ମିଶ୍ର । ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର, ଖଲିଆପାଲି ସରପଞ୍ଚ ରାଣିମା ପାତ୍ର, ଚନ୍ଦନଭାଟି ସରପଞ୍ଚ ମିନା କୁମାରୀ ଭୋଇ, ସହକାରୀ ଯନ୍ତ୍ରୀ ଖକେନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଭିତ୍ତିପ୍ରସ୍ତର ପରେ ପରେ କିରାବାହାଲ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ସ୍ଥାନୀୟ ଲୋକେ ବିଧାୟକ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ଆଗାମୀ ୨ ବର୍ଷ ମଧ୍ୟରେ ଏହି ଅଞ୍ଚଳର ଲୋକେ ଯେମିତି ରାସ୍ତା, ବିଜୁଳି ଓ ପାଇପ ଯୋଗେ ପିଇବା ପାଣି ପାଇବାରୁ ବଞ୍ଚିତ ନହେବେ ସେଥିପାଇଁ ଉଦ୍ୟମ କରାଯିବ ବୋଲି ବିଧାୟକ କହିଥିଲେ। ଏଥିସହିତ ଅଞ୍ଚଳରେ ଥିବା ବିଧବା, ବିକଳାଙ୍ଗ ୩୫ ବର୍ଷରୁ ଉଦ୍ଧ୍ୱର୍ରୁ ଅବିବାହିତ ଝିଅ ଯେପରି ସାମାଜିକ ସୁରକ୍ଷା ଯୋଜନାରୁ ଲାଭ ପାଇ ପାରିବେ ସେ ଦିଗରେ ମଧ୍ୟ ସେ ନିଜେ ତତ୍ପରତା ସହ କାମ କରୁଛନ୍ତି ବୋଲି କହିଥିଲେ ବିଧାୟକ ଶ୍ରୀ ମିଶ୍ର ।

- Advertisement -

ଅନ୍ତଃ ନଦୀ ଜଳସଂରକ୍ଷଣ ବ୍ୟାରେଜ ନିର୍ମାଣ ହେବାକୁ ଯାଉଛି। ୧୧୭ କୋଟି ଟଙ୍କାରେ ଟେଣ୍ଡର ପ୍ରକ୍ରିୟା ସରି ନିର୍ମାଣକାରୀ ସଂସ୍ଥା ଚୁଡାନ୍ତ ହୋଇସାରିଛି। ତାହା ମଧ୍ୟ ଆଉ ୨ ମାସ ପରେ କାର୍ୟ୍ୟ ଆରମ୍ଭ ହୋଇଯିବ। ଦୁଇ ତିନି ବର୍ଷ ପରେ ସୁକତେଲ ନଦୀରୁ ଉଭୟ ପଟେ ଶସ୍ୟା ଶାମାଳା ହେବ। ଚିର ପ୍ରପୀଡିତ ଏହି ଅଞ୍ଚଳ ଭୂତଳ ଜଳ ସଂରକ୍ଷଣ ଦ୍ୱାରା ଜମିର ଉର୍ବରତା ବଢିବ। ଲୋକଙ୍କ ଅମଳର ମାତ୍ରା ମଧ୍ୟ ବଢି ସେମାନେ ଦୁଇ ପଇସା ଭଲ ରୋଜଗାର କରି ପାରିବେ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ। ଏହି ସଭାରେ ଜିଲା କଂଗ୍ରେସ ସଭାପତି ଦିଲୀପ ବେହେରା, ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଉମାଶଙ୍କର ପଣ୍ଡା, ଶୁଭ୍ରାଂଶୁ ପଣ୍ଡା, ବୁଲୁ ଦାନି, ଲୋପନ ମିଶ୍ରଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories