www.samajalive.in
Sunday, December 14, 2025
23.1 C
Bhubaneswar

କାୟା ମେଲୁଛି ତୃତୀୟ ଲହର, ଗୋଟିଏ ଦିନରେ ୯୯ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର: କରୋନା ସଂକ୍ରମଣ ବଲାଙ୍ଗିର ଜିଲାରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଗୁରୁବାର ୫୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ୩୫ଜଣ ଓ ଶନିବାର ୯୯ଜଣ ସଂକ୍ରମିତ ହୋଇଛନ୍ତି। ଆଉ ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ତାଲିକାରେ ସର୍ବାଗ୍ରେ ରହିଛି ବଲାଙ୍ଗିର ପୌରାଞ୍ଚଳ। ତେବେ ବଲାଙ୍ଗିର, ଲୋଇସିଂହା, ସଇଁନ୍ତଲା, କଣ୍ଟାବାଞ୍ଜି ବିଜ୍ଞାପିତ ପରିଷଦ, ଟିଟିଲାଗଡ ପୌରାଞ୍ଚଳକୁ ଛାଡି ଦେଲେ ଅନ୍ୟ କୌଣସି ସ୍ଥାନରେ ସଂକ୍ରମଣ ମାତ୍ରା ବଢି ନଥିବା ବେଳେ ଶନିବାର ବିଭିନ୍ନ ବ୍ଲକ ସହ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସଂକ୍ରମିତଙ୍କ ହାର ବଢିବାରେ ଲାଗିଛି। ଯାହାକି ଚିନ୍ତାର ବିଷୟ ହୋଇଛି। ରାତ୍ରିକାଳୀନ ବନ୍ଦକୁ ଜିଲାରେ କଡ଼ାକଡ଼ି କରାଯାଉଛି। ସେହିପରି ଜିଲା ତଥା ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ବି କଡ଼ା ନଜର ରଖାଯାଇଛି। ମାସ୍କ ପିନ୍ଧି ନଥିବା ଲୋକଙ୍କୁ ଜରିମାନା ଆଦାୟ କରାଯାଉଛି। ସଂକ୍ରମଣକୁ ଆଖିରେ ରଖି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସଜାଗ ହୋଇଛି।

ଏସଂପର୍କରେ ବଲାଙ୍ଗିର ଡାକ୍ତରଖାନା ଓ ଭେଷଜ ମହାବିଦ୍ୟାଳୟର ଅଧୀକ୍ଷକ ଡା.ମହେନ୍ଦ୍ର ନାୟକ କହିଛନ୍ତି ଯେ ଡାକ୍ତରୀ ଦଳ କୋଭିଡ ସ୍ୱତନ୍ତ୍ର କକ୍ଷ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ପ୍ରତ୍ୟେକ ଦିନ ହଜାରେ ସ୍ୱାବ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି। କୌଣସି ନମୂନାକୁ ନେଇ ସନ୍ଦେହ ହେଲେ ଓମିକ୍ରନ ପରୀକ୍ଷା କରିବା ପାଇଁ ଭୁବନେଶ୍ୱର ପଠାଯାଉଛି।

- Advertisement -

ସେହିପରି ପୂର୍ବ ଥର ଭଳି ଏଥର ମଧ୍ୟ କରୋନା ସଂପର୍କରେ ଜାଣିବା, ଅଭିଯୋଗ, ଅନୁରୋଧ ଓ ମତାମତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ ଯୋଗାଯୋଗ ସେବା ଆରମ୍ଭ କରାଯାଇଛି। ୦୬୬୫୨-୨୩୨୭୭୩, ୨୩୦୯୬୯ ସହ ୯୪୩୮୭୭୬୩୯୪ ମୋବାଇଲ୍ ନମ୍ବର ଯୋଗାଯୋଗ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories