ବୌଦ୍ଧ: ବୌଦ୍ଧ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବାବେଳେ ପ୍ରଶାସନ ପକ୍ଷରୁ ନିୟମିତ ମାସ୍କ ପରିଧାନ ଓ ସାମାଜିକ ଦୂରତା ନିୟମ ପାଳନ ପାଇଁ ସଚେତନତା କାର୍ଯ୍ୟକ୍ରମ ଜାରିରହିଛି। ଏହିଭଳି ଘଡିସନ୍ଧି ସମୟରେ ବୌଦ୍ଧର ଅଗ୍ରଣୀ ତଥା ସରକାରୀ ଭାବରେ ପଂଜିକୃତ ଏକମାତ୍ର ମହିଳା ଉଦ୍ୟୋଗ ଶ୍ରୀଜଗନ୍ନାଥ ଟେଲରିଂ ଇନଷ୍ଟିଚୁଟ ପକ୍ଷରୁ ଜିଲାର ଗରିବ ତଥା ଅଙ୍ଗନବାଡି କେନ୍ଦ୍ରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୧୪ ହଜାର ମାସ୍କ ପ୍ରଦାନ କରାଯାଇଛି। ମହିଳା ଉଦ୍ୟୋଗରେ କାର୍ଯ୍ୟ କରୁଥିବା ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ମାସ୍କଗୁଡିକୁ ଉପଜିଲାପାଳ ଅଶ୍ୱନୀ କୁମାର ମେହେରଙ୍କୁ ପ୍ରଦାନ କରାଯାଇଛି। ଏହି ଅବସରରେ ଇଷ୍ଟିଚୁଟର ଅଧ୍ୟକ୍ଷା ଜୟନ୍ତୀ ଷଡଙ୍ଗୀଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
Popular Categories



