www.samajalive.in
Saturday, December 6, 2025
16.1 C
Bhubaneswar

ବୋର୍ଡ଼ ପରୀକ୍ଷାରେ ଜୀବନକୁ ବାଜି ଲଗାଇ କପି ଯୋଗାଉଛନ୍ତି ଲୋକେ; ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦେଶର ବହୁ ରାଜ୍ୟରୁ ପରୀକ୍ଷା ସମୟରେ କପିକୁ ନେଇ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସରକାର ପରୀକ୍ଷା ସମୟରେ କପି ରୋକିବାକୁ ନେଇ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ହେଲେ କପି ରୋକିବାରେ ବ୍ୟବସ୍ଥାଗୁଡ଼ିକ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ହେଉନାହିଁ। ନିକଟରେ ହରିୟାଣାର ନୁହ ଜିଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଲୋକମାନେ ନିଜ ଜୀବନକୁ ବାଜି ଲଗାଇ ପରୀକ୍ଷାର୍ଥୀଙ୍କୁ କପି ଯୋଗାଉଥିବା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଏହାର ଏକ ଭିଡିଓ ବେଶ୍‌ ଭାଇରାଲ୍‌ ହୋଇଛି। ଭିଡିଓରେ ଲୋକମାନେ କାନ୍ଥରେ ଓହଳି ଏବଂ ଆଉ କେହି ବାଉଁଶ ସାହାଯ୍ୟରେ ସ୍କୁଲର ସ୍କାଏଲାଇଟ୍‌ ପାଖରେ ପହଞ୍ଚି କପି ଯୋଗାଉଥିବା ନଜର ଆସିଛି।

ନୁହ ଜିଲାର ୟାସିନ ମେଓ ସିନିୟର ସେକେଣ୍ଡାରୀ ସ୍କୁଲ ଏବଂ ତାଉରୁ ସହରର ଚନ୍ଦ୍ରାବତୀ ବିଦ୍ୟାଳୟରେ ବୋର୍ଡ ପରୀକ୍ଷାରେ ପ୍ରବଳ ମାତ୍ରାରେ କପି ହେଉଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏହି ଭିଡିଓ କପି ରୋକିବାର ଦାବି ଏବଂ ବାସ୍ତବତା ମଧ୍ୟରେ ପାର୍ଥକ୍ୟ ଲୋକଙ୍କୁ ବୁଝାଇ ଦେଇଛି। ତେବେ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ପରୀକ୍ଷା କେନ୍ଦ୍ରରୁ ଫଟୋ ଉଠାଇ ପେପର୍‌ ଲିକ୍‌ ହୋଇଥିବା ସୂଚନା ସାମ୍ନାକୁ ଆସିଥିଲା।

- Advertisement -


କପି ଯୋଗାଉଥିବା ବ୍ୟକ୍ତିମାନେ କାନ୍ଥରେ ଏପରି ଭାବେ ଝୁଲି ରହିଥିଲେ ଯେ, ଯଦି ଭୁଲବସତଃ ସେମାନେ ପଡ଼ିଥା’ନ୍ତେ ତେବେ ସେମାନଙ୍କ ଜୀବନ ବଞ୍ଚାଇବା କଷ୍ଟକର ହୋଇଥାନ୍ତା, କିନ୍ତୁ ଏ ବିଷୟରେ ଚିନ୍ତା ନକରି ସେମାନେ ନିଜ ସାଙ୍ଗମାନଙ୍କୁ କପି ଯୋଗାଇବାରେ ବ୍ୟସ୍ତ। କପିର ଏହି ଭିଡିଓକୁ @AshishSinghKiJi ନାମକ ଏକ୍ସ ଆକାଉଣ୍ଟରୁ ଶେୟାର କରାଯାଇଛି।

ଭିଡିଓରେ ଆପଣ ତାଉରୁ ସହରର ପରୀକ୍ଷା କେନ୍ଦ୍ରରେ କପି ଯୋଗାଣକାରୀଙ୍କ ଭିଡ଼ ଦେଖିପାରିବେ। ପରୀକ୍ଷା ସମୟରେ ଲୋକମାନେ ସେମାନଙ୍କ ଜୀବନକୁ ବାଜି ଲଗାଇ ପରୀକ୍ଷାର୍ଥୀଙ୍କୁ କପି ଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଥିଲେ। ଏମାନେ କାନ୍ଥରେ ଓହଳି ପରୀକ୍ଷା କେନ୍ଦ୍ରର ସ୍କାଏ ଲାଇଟ୍‌ ପାଖରେ ପହଞ୍ଚି ନିଜ ସାଥୀମାନଙ୍କ ନିକଟକୁ କପି ପଠାଉଥିଲେ। ଏହି ସମୟରେ ପରୀକ୍ଷା କେନ୍ଦ୍ର ବାହାରେ ଠିଆ ହୋଇଥିବା ଲୋକମାନେ ମଧ୍ୟ ଏମାନଙ୍କ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories