www.samajalive.in
Saturday, December 6, 2025
26.1 C
Bhubaneswar

ମହାଶିବରାତ୍ରୀ ; ଏହି ରଙ୍ଗର ପୋଷାକ ପିନ୍ଧିଲେ ମିଳିବ ଭୋଳାଶଙ୍କରଙ୍କ କୃପା

ମାର୍ଚ୍ଚ୮ରେ ଚଳିତ ବର୍ଷର ମହାଶିବରାତ୍ରୀ ପବିତ୍ର ପର୍ବ ପାଳନ କରାଯିବ। ଏହି ଦିନ ସମସ୍ତ ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖାଯାଏ। ମହାଶିବରାତ୍ରୀ ଦିନ ପୂଜା ସମୟରେ ଓ ଏହି ଦିନ କେଉଁ ପୋଷାକ ପିନ୍ଧିବେ ତାହାର ଅନେକ ମହତ୍ତ୍ୱ ରହିଛି। ଏହି ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍‌‌। ଅନେକଙ୍କ ମନରେ ଏହି ପ୍ରଶ୍ନ ଆସିଥାଏ। ସେଭଳି କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ ତାହା ମଧ୍ୟ ଜାଣିବା ଆବଶ୍ୟକ। ପୋଷାକ କିଭଳି ହେବା ଉଚିତ୍‌‌, ଜାଣନ୍ତୁ ମହାଶିବରାତ୍ରୀ ପାଇଁ ପୋଷାକ ରଙ୍ଗର ମହତ୍ତ୍ୱ..
ମହାଶିବରାତ୍ରୀ ପବିତ୍ର ପର୍ବ ଭଗବାନ ଶଙ୍କରଙ୍କୁ ସମର୍ପିତ। ପ୍ରଭୁଙ୍କର ସବୁଜ ରଙ୍ଗ ଅତ୍ୟନ୍ତ ପ୍ରିୟ। ଏହି ଦିନ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ। ଏହା ବ୍ୟତୀତ ମହାଶିବରାତ୍ରୀ ପୂଜାରେ ଲାଲ, ହଳଦିଆ, ଗୋଲାପି, ନାରଙ୍ଗୀ ଓ ଧଳା ରଙ୍ଗର ପୋଷାକ ମଧ୍ୟ ପିନ୍ଧିପାରିବେ।
ମହାଶିବରାତ୍ରୀ ଦିନ କଳା ରଙ୍ଗର ପୋଷାକ ଭୁଲ୍‌‌ରେ ମଧ୍ୟ ଧାରଣ କରନ୍ତୁ ନାହିଁ। ଏହା ବ୍ୟତୀତ ଏହି ଦିନ ନୀଳରଙ୍ଗର ପୋଷାକ ମଧ୍ୟ ପିନ୍ଧିବା ଉଚିତ ନୁହେଁ। ଏହା ନକରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ। ପୂଜାରେ ବାଧା ସୃଷ୍ଟି ହୋଇଥାଏ।
ଧାର୍ମିକ ଅନୁଷ୍ଠାନ କିମ୍ବା ପୂଜାପାଠ ସମୟରେ ଭାରତୀୟ ସଂସ୍କୃତିରେ ହିନ୍ଦୁଧର୍ମରେ ପୁରୁଷ ଧୋତି-କୁର୍ତ୍ତା ଓ ମହିଳାମାନେ ସାଢୀ ପିନ୍ଧିବା ଉଚିତ। ଏହା ସୂତା କପଡାରେ ତିଆରି ହେବା ଆବଶ୍ୟକ। କୁମାରୀ କନ୍ୟାମାନେ ସଲୱାର ପିନ୍ଧିପାରିବେ।

 

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories