www.samajalive.in
Sunday, December 7, 2025
23.1 C
Bhubaneswar

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ମରଣ ଯନ୍ତାରେ ପରିଣତ, ଭିଜିଲାନ୍ସ ତଦନ୍ତ ଦାବି

ବୋଲଗଡ:  ଗ୍ରାମାଞ୍ଚଳ ଜନସାଧାରଣଙ୍କ ଗମନାଗମନ ଜାତାୟତ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହା ବୋଲଗଡ ବ୍ଲକ ଅଂଚଳରେ ବିଫଳ ଘଟିଅଛି। ବିଭାଗୀୟ କନିଷ୍ଠଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ କାର୍ଯ୍ୟ ନିମ୍ନମାନର ହେଉଥିବାରୁ ତାହା ଦିର୍ଘସ୍ଥାୟୀ ହୋଇପାରୁ ନାହିଁ। ଫଲରେ ବର୍ଷାଦିନେ ରାସ୍ତାରୁ ପିଚୁ ଓ ମେଣ୍ଟାଲ ବାହାରି ବଡବଡ ଖାଲ ସୃଷ୍ଟି ହେଉଥିବାରୁ ଏବଂ ଖାଲ ମଧ୍ୟରେ ବର୍ଷା ପାଣି ଜମି ରହୁଥିବାରୁ ପ୍ରତିଦିନ ଛୋଟବଡ ରାସ୍ତା ଦୁର୍ଘଟଣାମାନ ଘଟୁଅଛି। ଫଳରେ ଏହାଦ୍ୱାରା ଅନେକ ଧନଜୀବନ ହାନି ହେଉଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ବାଙ୍କୋଇ ଠାରୁ ପାଟବନ୍ଧ ପର୍ଯ୍ୟନ୍ତ ୨କୋଟି ୩୮ଲକ୍ଷ ୩୯ହଜାର ଟଙ୍କା ବିନିମୟରେ ୪କି.ମି.୮୦୦ମି.ରାସ୍ତା ନିର୍ମାଣ କରାଯାଇଥିଲା। ଏହି ରାସ୍ତା କାମ ଭୂବନେଶ୍ୱରସ୍ଥିତ ସୁନ୍ଦରପଦା ଗ୍ରାମର ସ୍ୱତନ୍ତ୍ରଶ୍ରେଣି ଠିକାଦାର ଏସ୍‍.କେ.ସାହାନାୱାଜ୍‍ ୨୦୧୭ ମସିହାରେ କରିଥିଲେ। କେନ୍ଦ୍ର ସରକାରଙ୍କ ଗ୍ରାମ୍ୟଉନ୍ନୟନ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକର ରକ୍ଷଣାବେକ୍ଷଣ ୫ବର୍ଷ ପାଇଁ ନିଜ ଖର୍ଚ୍ଚରେ ଠିକାଦାର କରିବାପାଇଁ ଚୁକ୍ତି ଥିଲେମଧ୍ୟ ତାହା ଠିକାଦାର କରୁନାହାଁନ୍ତି ଫଳରେ ଏହି ରାସ୍ତା ଦିନକୁଦିନ ବିପଦପୂର୍ଣ୍ଣ ହୋଇପଡୁଛି। ରାସ୍ତାର ଦୁଇ ପାର୍ଶରେ ୫ମି.ବାଲି ,ମେଣ୍ଟାଲ ଓ ମୋରମରେ ପୋତିବାପାଇଁ ନିର୍ଦ୍ଦେଶ ଥିଲେମଧ୍ୟ ଠିକାଦାର ତାହା କରିନାହାଁନ୍ତି। ତେଣୁ ରାସ୍ତାରେ ପ୍ରତିଦିନ ଯାତାୟତ କରୁଥିବା ଭାରିଯାନ ଗୁଡିକ ପରଷ୍ପରକୁ ରାସ୍ତାପାର୍ଶ୍ବରେ ଅତିକ୍ରମ କଲାବେଳେ ରାସ୍ତାର ମାଟି ଫାଟି ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି। ଏ ସଂପର୍କରେ ବୋଲଗଡ ବ୍ଲକ ଗ୍ରାମ୍ୟଉନ୍ନୟନ ବିଭାଗର କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଉନାହାଁନ୍ତି। ତେଣୁ ଭିଜିଲାନ୍ସ ବିଭାଗଦ୍ୱାରା ଏହାକୁ ତଦନ୍ତ କରିବାପାଇଁ ସମସ୍ତ ଜନସାଧାରଣ ଦୃଢ ଦାବି କରିଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories