ଚୌଦ୍ୱାରରୁ ୧୮୦ୟୁନିଟ୍ ରକ୍ତ ସଂଗ୍ରହ
ଚୌଦ୍ୱାର : ବାହାନଗା ରେଳ ଦୁର୍ଘଟଣାରେ ଆହତ ମାନଙ୍କ ଚିକିତ୍ସା ଓ ଜୀବନ ରକ୍ଷା ପାଇଁ ଚୌଦ୍ୱାରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରବିବାର ରକ୍ତଦାନର ବ୍ୟବସ୍ଥା କରାଯାଇଥିଲା । ଚାରବାଟିଆ ବଜାରସ୍ଥିତ ଦୁର୍ଗା ଗୃହ ନିକଟରେ ସ୍ୱପ୍ନ ଫାଉଣ୍ଡେସନ ଓ ବିରାଟ ବଜାର ପୁଜା କମିଟିର ମିଳିତ ଆନୁକୁଲ୍ୟରେ ଆୟୋଜିତ ଶିବିରରୁ ୭୩ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି ଶିବିରକୁ ଉଦଘାଟନ କରିଥିବା ବେଳେ ପୁଜା କମିଟି ସଭାପତି ପ୍ରଶାନ୍ତ ବରାଳ, ଅଶୋକ ମାଝି, ଲୋକନାଥ ମାଝିଙ୍କ ସମେତ କର୍ମକର୍ତ୍ତା ମାନେ ଶିବିର ପରିଚାଳନା କରିଥିଲେ।
ସେହିପରି ନୁଆଗାଁସ୍ଥିତ ଯାଜଭୈରବ ନୁଆଗାଁ ଯାଜ୍ଞସେନୀ ମନ୍ଦିର କମିଟି ଓ ୟୁଥ୍ ଫର ସେବାର ମିଳିତ ସହଯୋଗରେ ଆୟୋଜିତ ଶିବିରରୁ ୫୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ୟୁଥ୍ ଫର ସେବାର ସଭାପତି ସାରଦା ରଞ୍ଜନ ପରିଜା, ପ୍ରମୋଦ ସାମଲ, ଚିରଞ୍ଜିବି କର, ବିଶ୍ୱଜିତ୍ ଜେନା, ମାନସ ରଞ୍ଜନ ବେହେରା, ସାଫଲ୍ୟ ପଣ୍ଡା, ରାକେଶ ନାୟକ ଓ ସ୍ୱପ୍ନ ଫାଉଣ୍ଡେସନର କର୍ମକର୍ତ୍ତା ମାନେ ଶିବିର ପରିଚାଳନା କରିଥିଲେ ।
ଅନୁରୂପ ଭାବେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଯଯାତି କେଶରୀ କ୍ଲବ ପକ୍ଷରୁ ଆୟୋଜିତ ଶିବିରରୁ ୫୭ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି । କାଉନସିଲର ବିଜୟ କୁମାର ମଲ୍ଲିକଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରକୁ ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ଓ କ୍ଲବର ସଦସ୍ୟ ମାନେ ପରିଚାଳନା କରିଥିଲେ । କେନ୍ଦ୍ରୀୟ ରେଡକ୍ରସ ରକ୍ତଭଣ୍ଡାର ପକ୍ଷରୁ ଡାକ୍ତରମାନେ ରକ୍ତସଂଗ୍ରହ କରିଥିଲେ ।
Comments are closed.