ଜେକେ ଲକ୍ଷ୍ମୀ ସିମେଣ୍ଟ କାରଖାନାରେ ରକ୍ତଦାନ ଶିବିର
ଗୁରୁଡିଝାଟିଆ : ଜେକେ ଲକ୍ଷ୍ମୀ ସିମେଣ୍ଟ କାରଖାନା ପରିସରରେ ସୋମବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । କାରଖାନାର ପୂର୍ବତନ ସଭାପତି ହରିଶଙ୍କର ସାଙ୍ଘାଣିଆଙ୍କ ୮୯ତମ ଜନ୍ମବାର୍ଷିକ ଉପଲକ୍ଷେ ଜେ କେ ଲକ୍ଷ୍ମୀ ସିମେଣ୍ଟ କାରଖାନା ଓ ସମ୍ବାଦ ଆମ ଓଡିଶାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ୬୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। କାରଖାନାର ମୁଖ୍ୟ ଗିରୀଶ ତିୱାରୀ ଆନୁଷ୍ଠାନିକ ଭାବରେ ରକ୍ତଦାନ ଶିବିରକୁ ଉଦଘାଟନ କରି କହିଥିଲେ, ରକ୍ତଦାତାଙ୍କ ଭୂମିକା ସମାଜରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ସେମାନଙ୍କ ସ୍ୱେଚ୍ଛାକୃତ ରକ୍ତଦାନ ସୀମାରେ ଯୁଦ୍ଧ କରୁଥିବା ଯବାନଙ୍କ ପାଇଁ କେତେ ଯେ ମହନୀୟ ସେ ସଂପର୍କରେ ଆଲୋକପାତ କରିବା ସହିତ ରକ୍ତପାଇଁ ଜୀବନ ସହିତ ଯୁଝୁଥିବା ରୋଗୀଙ୍କ ନିମନ୍ତେ ରକ୍ତଦାତା ହେଉଛନ୍ତି ଭଗବାନ ବୋଲି କହିଥିଲେ । ଜେ କେ ଲକ୍ଷ୍ମୀ ସିମେଣ୍ଟର ଓଡିଶାରେ ଥିବା ବିଭିନ୍ନ ଉତ୍ପାଦନ କେନ୍ଦ୍ରରେ ମଧ୍ୟ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୧୮୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି । କାରଖାନାର ପାରିପାର୍ଶ୍ବିକ ଓ ଲୋକସଂପର୍କ ଅଧିକାରୀ ସୁଶିଲ କୁମାର ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ କାରଖାନା କର୍ମଚାରୀ ସଂଘର ସଭାପତି ସନ୍ତୋଷ କୁମାର ବେହେରା, ସ୍ଥାନୀୟ ସମ୍ବାଦ ପ୍ରତିନିଧି ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Comments are closed.