ପ୍ରଦୀପ ମହାରଥୀଙ୍କ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର – ୨୯୨ୟୁନିଟ୍‍ ରକ୍ତ ସଂଗ୍ରହ

ପିପିଲି, :ପୂର୍ବତନ ମନ୍ତ୍ରୀ ତଥା ପିପିଲିର ଦିବଂଗତ ନେତା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ୬୭ତମ ଜନ୍ମ ଜୟନ୍ତୀ ଉତ୍ସବ ପିପିଲିରେ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ବୃହତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୨୯୨ ୟୁନିଟ୍‍ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି ।
ଏହି ଅବସରରେ ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ସୋମବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦ୍‍ଘାଟନ କରିବା ଅବସରରେ ସ୍ୱର୍ଗତ ମହାରଥୀଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ରାଜ୍ୟସଭା ସାଂସଦ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ଦେବୀ ପ୍ରସାଦ ମିଶ୍ର, ବିଧାୟକ ପ୍ରଣବ ବଳବନ୍ତରାୟ, ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ବରିଷ୍ଠା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର,ଏଲିନା ଦାଶ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାରଥୀଙ୍କ ରାଜନୈତିକ ଜୀବନ ଓ ସମାଜସେବା ସଂପର୍କରେ ଆଲୋକପାତ କରିବା ସହ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି କ୍ଷେତ୍ରରେ ତାଙ୍କ ଅତୁଳନୀୟ ଅବଦାନକୁ ମନେ ପକାଇଥିଲେ । ସ୍ୱର୍ଗତ ମହାରଥୀଙ୍କ ଧର୍ମପତ୍ନୀ ଡ଼ଃ ପ୍ରତିଭା ମହାରଥୀ, ସୁପୁତ୍ର ତଥା ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ, ବୋହୁ ଜାଗୃତୀ ପଣ୍ଡା ମହାରଥୀ ପ୍ରମୁଖ ଅତିଥିଙ୍କ ଗହଣରେ ସ୍ୱର୍ଗତ ମହାରଥୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଅବସରରେ ତାଙ୍କ ସ୍ୱୃତିଚାରଣ କରିଥିଲେ ।

prayash

ଏହି ଅବସରରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ସେଠାରେ ଆୟୋଜିତ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିରରେ ବିଧାୟକ ରୁଦ୍ରପ୍ରତାପ ଓ ତାଙ୍କ ଧର୍ମପତ୍ନୀ ଜାଗୃତି ପ୍ରଥମେ ରକ୍ତଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ପୁରୀ ବ୍ଲଡ୍‍ ବ୍ୟାଙ୍କ ଅଧିକାରୀ ଡାକ୍ତର ଦୀପକ ସାହୁ, ଭୁବନେଶ୍ୱର ବ୍ଲଡ୍‍ ବ୍ୟାଙ୍କର ଡାକ୍ତର କଲ୍ୟାଣ କୁମାର ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିରରେ ମୋଟ୍‍ ୨୯୨ ୟୁନିଟ୍‍ ରକ୍ତ ସଂଗ୍ରହ ହୋଇଥିଲା ।
ଫଟୋ ଆଟାଚ ଅଛି ।

Comments are closed.