www.samajalive.in
Friday, December 5, 2025
17.1 C
Bhubaneswar

“ଆମ ଗାଁ ଆମ ବିକାଶ”: ଆଉ ୭ଟି ବ୍ଲକ ପାଇଁ ୩୪.୫୨କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ୫ଟି ଜିଲାର ୭ଟି ବ୍ଲକ ପାଇଁ ୩୪.୫୨କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ ଗୁଡିକ ହେଲା – କନ୍ଧମାଳ ଜିଲାର ଫିରିଙ୍ଗିଆ, ମୟୁରଭଞ୍ଜ ଜିଲାର ବଡସାହି ଓ କରଞ୍ଜିଆ, କେନ୍ଦୁଝର ଜିଲାର ଝୁମ୍ପୁରା ଓ ହରିଚନ୍ଦନପୁର, ବରଗଡ ଜିଲାର ପାଇକମାଳ ଓ ରାୟଗଡା ଜିଲାର କୋଲନରା ବ୍ଲକ। ଏହାକୁ ମିଶାଇ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସମୁଦାୟ ୫୧୩୮ଟି ପଞ୍ଚାୟତ ପାଇଁ ୪୭,୦୧୧ ପ୍ରକଳ୍ପ, ୧୧୬୫.୧୧କୋଟି ଟଙ୍କା ମଞ୍ଜୁର ହୋଇଛି।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories