www.samajalive.in
Saturday, December 6, 2025
26.1 C
Bhubaneswar

ଏହି ରୋଗ ହେଲେ ବ୍ୟକ୍ତି କରନ୍ତି ଚୋରି

ସାଧାରଣତଃ ଚୋରକୁ ଆମେ ଏକ ଅପରାଧୀ ବୋଲି ବିବେଚିତ କରିଥାଉ। ଚୋରି କରୁଥିବା ବ୍ୟକ୍ତି ବିଷୟରେ ଆମର ପ୍ରାୟ ଏଭଳି ଚିନ୍ତାଧାରା ଥାଏ ଯେ, ଚୋରି କରିବା ଏକ ଅଭ୍ୟାସ ଓ ପେସା ମଧ୍ୟ। ହେଲେ କ’ଣ ଆପଣ ଜାଣନ୍ତି ଚୋରି କରିବାର ଅଭ୍ୟାସ ଏକ ରୋଗ ଯୋଗୁଁ ମଧ୍ୟ ହୋଇଥାଏ? ତେବେ ଚାଲନ୍ତୁ ଜାଣିବା ଏହିରୋଗ କ’ଣ ଓ ଏଥିରୁ କିପରି ମୁକ୍ତି ପାଇବା।

ବ୍ୟକ୍ତି କ୍ଲେପ୍ଟୋମାନିଆ ରୋଗରେ ପୀଡିତ ହେଲେ ମନରେ ଚୋରି ଭାବନା ଆସିବା ସହିତ ଏକ ଅପରାଧୀ ମଧ୍ୟ ପାଲଟି ଯାଇଥାଏ । ଏହି ରୋଗ ହେଲେ ବ୍ୟକ୍ତି ମସ୍ତିଷ୍କରେ ସେରୋଟୋନିନ୍ ନାମକ ନ୍ୟୁରୋଟ୍ରାନ୍ସମିଟରର ସ୍ତର କମି ଯାଇଥାଏ। ଫଳରେ ବ୍ୟକ୍ତି ଠିକ୍ ଭୁଲ ମଧ୍ୟରେ ଫରକ ଜାଣି ପାରେ ନାହିଁ । ତେଣୁ ଚୋରି କରିବାରୁ ନିଜକୁ ନିବୃତ୍ତ ରଖି ପାରେ ନାହିଁ।

- Advertisement -

ସାଧାରଣତଃ ବ୍ୟକ୍ତି ମନରେ ଆସୁଥିବା ବିଚାର ଏବଂ ଆବେଗକୁ ମସ୍ତିଷ୍କରେ ଥିବା ଓପିଓଇଡ ସିଷ୍ଟମ ନିୟନ୍ତ୍ରିତ କରିଥାଏ। ମାତ୍ର କ୍ଲେପ୍ଟୋମାନିଆ ରୋଗ ହେବା ଦ୍ୱାରା ଏହି ପ୍ରକିୟା ଉପରେ ପ୍ରଭାବ ପଡ଼ିଥାଏ, ଯଦ୍ୱାରା ମସ୍ତିଷ୍କ ଉପରେ ଆଉ ନିୟନ୍ତ୍ରଣ ରହି ନଥାଏ। ଏହି ରୋଗ ହେବା ଫଳରେ ବ୍ୟକ୍ତି ମନରେ ଚୋରି ଓ ଅପରାଧିକ କାର୍ଯ୍ୟ କରିବାର ଭାବନା ବିକଶିତ ହୋଇଥାଏ।

ଏହି ରୋଗଗ୍ରସ୍ତ ବ୍ୟକ୍ତି ଏମିତି କିଛି କାମ କରିବାକୁ ଚାହାଁନ୍ତି ଯାହାକି ତାଙ୍କୁ ରାତାରାତି ସଫଳତା ଆଣି ଦେବ। ଏଥିପାଇଁ ସେମାନେ ସାର୍ବଜନୀନ ସ୍ଥାନରୁ ଅବା କାହାରି ଘରୁ, ସାମଗ୍ରୀ ଚୋରି କରିବା ପାଇଁ ପଛାନ୍ତି ନାହିଁ। ଏମିତି କାମ କରିବା ଦ୍ୱାରା ତାଙ୍କୁ ଆତ୍ମ ସନ୍ତୁଷ୍ଟି ମିଳିଥାଏ ଓ ଚୋରି ନକରିବା ପର୍ଯ୍ୟନ୍ତ ତାଙ୍କୁ ବିଚଳିତ ଓ ଚିଡ଼୍‍ଚିଡ଼ା ଲାଗିଥାଏ। ସେଥିପାଇଁ ସେ କିପରି ଚୋରି କରିବେ ତାଙ୍କୁ କିଛି ବୁଦ୍ଧି ବାଟ ଦେଖାଯାଇ ନଥାଏ। ଠିକ୍ ଭାବେ ଖାଇ ପାରନ୍ତି ନାହିଁ କି ଶୋଇ ପାରନ୍ତି ନାହିଁ। ମନରେ ନକରାତ୍ମକ ବିଚାର ଆସିଥାଏ। କ୍ଲେପ୍ଟୋମାନିଆ ରୋଗରେ ପୀଡିତ ବ୍ୟକ୍ତି କାହାରି ସହିତ କଥାବାର୍ତ୍ତା ହେବାକୁ ପସନ୍ଦ କରନ୍ତି ନାହିଁ। ଏମାନଙ୍କୁ ଅନ୍ୟ ରୋଗ ହେବାର ଆଶଙ୍କା ମଧ୍ୟ ଅଧିକ ରହିଥାଏ। ତେଣୁ ଏହି ରୋଗଗ୍ରସ୍ତ ବ୍ୟକ୍ତି ନିଜ ଉପରେ ଆତ୍ମବିଶ୍ୱାସ ରଖିବା ସହିତ ମାନସିକ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories