www.samajalive.in
Sunday, December 7, 2025
13.1 C
Bhubaneswar

ବାଲେଶ୍ୱର ଆଇଟିଆରରୁ ପ୍ରଘଟ ହୋଇଛି କ୍ଷେପଣାସ୍ତ୍ର ତଥ୍ୟ!

ଜଲପାଇଗୁଡି: ଭାରତୀୟ ସେନା ଦ୍ୱାରା ପରମାଣୁ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ରର ତଥ୍ୟାବଳୀକୁ ବିଦେଶକୁ ଚୋରା ଚାଲାଣ କରୁଥିବା ଏକ ଗ୍ୟାଙ୍ଗର ପର୍ଦାଫାସ ହୋଇଛି। ଆଲିପୁରଦ୍ୱାର ଜିଲାର ମଦାରିହାଟ ନିବାସୀ ରଫିକୁଲ ଇସଲାମଙ୍କୁ ଏହି ଅଭିଯୋଗରେ ଗିରଫ ମଧ୍ୟ କରାଯାଇଛି। ତାଙ୍କ ନିକଟରୁ ଡିଫେନ୍ସ ରିସର୍ଚ୍ଚ ଡେଭେଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ)ର ଏକ କିଟ୍‍ ମଧ୍ୟ ମିଳିଛି। ଏହି କିଟ୍‍ରେ କିଛି ରେଡିଓ ଏଲିମେଣ୍ଟ ସହ ଡିଆରଡିଓର ବୈଜ୍ଞାନିକ ନୀରଜ କୁମାରଙ୍କ ହସ୍ତାକ୍ଷର ଥିବା ଏକ ରିପୋର୍ଟ ମଧ୍ୟ ରହିଛି। ଏଥିରେ ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ରର ପାରଦର୍ଶିତା ସମ୍ପର୍କରେ ବର୍ଣ୍ଣନା କରାଯାଇଛି।
ସେନାର ବୈଷୟିକ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ଏହି କ୍ଷେପଣାସ୍ତ୍ର ବ୍ରହ୍ମୋସ-୨ ସମ୍ବନ୍ଧୀୟ। ଏହି କ୍ଷେପଣାସ୍ତ୍ରପରୀକ୍ଷାମୂଳକ ଭାବେ ୨୦୨୦ରେ ଉତକ୍ଷେପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ବିନ୍ନାଗୁଡ଼ି ସ୍ଥିତ ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା, ଜୟଗାଓ ପୁଲିସର ମିଳିତ ତଦନ୍ତ ପରେ ଏହି ଗ୍ୟାଙ୍ଗକୁ ଠାବ କରାଯାଇଛି। ଏହି କିଟ ଭୁଟାନର ଜଣେ ବ୍ୟକ୍ତିଙ୍କୁ ପ୍ରଦାନ କରିବା ନିମନ୍ତେ ତାଙ୍କୁ ଦିଆଯାଇଛି ବୋଲି ରଫିକୁଲ ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ରଫିକୁଲକୁ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ନେବାକୁ ଯୋଜନା କରିଛି ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା।
ନିକଟରେ ନାଗପୁରଠାରୁ ଡିଫେନ୍ସ ରିସର୍ଚ୍ଚ ବୈଜ୍ଞାନିକ ନିଶାନ୍ତ ଅଗ୍ରୱାଲଙ୍କୁ ଗିରଫ କରାଯାଇ ଥିଲା। ୟୁପି ଏଟିଏସ ପକ୍ଷରୁ ପ୍ରତିରକ୍ଷା ତଥ୍ୟ ଆଦାନ ପ୍ରଦାନ ଅଭିଯୋଗରେ ଏହି ବୈଜ୍ଞାନିକଙ୍କୁ ଗିରଫ କରାଯାଇଛି। ଏହି ଘଟଣା ପରେ ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା ସକ୍ରିୟ ହୋଇ ତଦନ୍ତ ଆରମ୍ଭ କରିଥିଲା।
ଓଡ଼ିଶାର ବାଲେଶ୍ୱରେ ଡିଆରଡିଓ ଅନ୍ତର୍ଗତ ୱିଙ୍ଗ୍‍ ଆଇଟିଆର ରହିଛି। ଏଠାରେ ପ୍ରତିରକ୍ଷା ବିଭାଗକୁ ହସ୍ତାନ୍ତର କରିବା ପୂର୍ବରୁ କ୍ଷେପଣାସ୍ତ୍ର ଗୁଡ଼ିକର ପରୀକ୍ଷା କରାଯାଏ। ରଫିକୁଲ ନିକଟରୁ ଉଦ୍ଧାର ହୋଇଥିବା ରିପୋର୍ଟକୁ ତର୍ଜମା କରିବା ପରେ ଏଭଳି ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷା ସମ୍ବନ୍ଧରେ ସେଥିରେ ତଥ୍ୟ ଥିବା ଗୁଇନ୍ଦା ସଂସ୍ଥା ଜାଣି ପାରିଛି। ବୈଜ୍ଞାନିକଙ୍କ ଦ୍ୱାରା ବ୍ରହ୍ମୋସ କ୍ଷେପଣାସ୍ତ୍ର ପରୀକ୍ଷା ସମୟରେ ପ୍ରସ୍ତୁତ ହେଉଥିବା ରିପୋର୍ଟ ରଫିକୁଲ ନିକଟରେ କେମିତି ପହଞ୍ôଚଲା ତାହା ଏବେ ଗୁଇନ୍ଦା ସଂସ୍ଥା ତଦନ୍ତ କରୁଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories