www.samajalive.in
Sunday, December 7, 2025
14.1 C
Bhubaneswar

ଦିଲ୍ଲୀ ମନ୍ତ୍ରୀଙ୍କ ଘରେ ଆୟକର ବିଭାଗର ଚଢ଼ଉ

ନୂଆଦିଲ୍ଲୀ: ଅରବିନ୍ଦ କେଜ୍‍ରିୱାଲ୍‍ଙ୍କ ମନ୍ତ୍ରିମଣ୍ଡଳର ପରିବହନ ମନ୍ତ୍ରୀ କୈଳାସ ଗେହଲଟ୍‍ଙ୍କ ବାସଗୃହ ସମେତ ୧୬ଟି ସ୍ଥାନରେ ଆୟକର ବିଭାଗ ଚଢ଼ଉ କରିଛି। ଆଜି ସକାଳୁ ବ୍ରିକ୍ସ ଇନ୍‍ଫ୍ରାଷ୍ଟ୍ରକଚର ଆଣ୍ଡ ଡେଭେଲପମେଣ୍ଟ ଲିମିଟେଡ୍‍, କର୍ପୋରେଟ୍‍ ଇଣ୍ଟରନ୍ୟାଶ୍‍ନାଲ୍‍ ଫାଇନାନ୍ସିଆଲ୍‍ ସର୍ଭିସେସ୍‍ ଲିମିଟେଡ୍‍ ଉପରେ ଆୟକର ଖିଲାପ ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ଏହି ସମୟରେ କୈଳାସଙ୍କ ବାସଭବନ ବସନ୍ତ କୁଞ୍ଜ ଉପରେ ମଧ୍ୟ ଚଢ଼ଉ ହୋଇଥିଲା। ଅପରପକ୍ଷରେ ବିଜେପିର ଏହା ଏକ ଷଡ଼ଯନ୍ତ୍ର ବୋଲି ଆମ୍‍ ଆଦ୍‍ମୀ ପାର୍ଟି ପକ୍ଷରୁ କୁହାଯାଇଛି। ଚଢ଼ଉ ପରେ ଆୟକର ଅଧିକାରୀମାନେ କୈଳାସଙ୍କ ଘରୁ ନିରାଶ ହୋଇ ଫେରିଥିବାରୁ ପରବର୍ତ୍ତୀ ଚଢ଼ଉ ପୂର୍ବରୁ ଆୟକର ବିଭାଗ ଦିଲ୍ଳୀବାସୀଙ୍କୁ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‍ରିୱାଲ୍‍ କହିଛନ୍ତି। ଦିଲ୍ଳୀ ଉପମୁଖ୍ୟମନ୍ତ୍ରୀ ତଥା ଆମ୍‍ ଆଦମୀ ପାର୍ଟିର ମିଡିଆ ଉପଦେଷ୍ଟା ମନୀଶ ଶିଶୋଦିଆ ମଧ୍ୟ ସମାନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories