www.samajalive.in
Saturday, December 6, 2025
14.1 C
Bhubaneswar

୧୧ ଶିକ୍ଷାଧିକାରୀଙ୍କ ଦରମା ବନ୍ଦ

ବଲାଙ୍ଗିର : ବଲାଙ୍ଗିର ଜିଲାର ୧୧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜୁଲାଇ ମାସର ଦରମା ବନ୍ଦ କରିବାକୁ ଜିଲା ଶିକ୍ଷା ଅଧିକାରୀ ନିର୍ଦେଶ ଦେଇଛନ୍ତି। ଜିଲାରେ ‘ଏକ୍‌ ପେଡ୍‌ ମା’ କେ ନାମ୍‌’ କାର୍ଯ୍ୟକ୍ରମ ତ୍ବରାନ୍ବିତ ହେଉନାହିଁ। ବାରମ୍ବାର ନିର୍ଦେଶ ସତ୍ତ୍ବେ ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ କାର୍ଯ୍ୟକ୍ରମ ତଦାରଖ କରୁ ନଥିବାରୁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଆଗଲପୁର ବିଇଓ(ଲୋଇସିଂହା ଅତିରିକ୍ତ ଦାୟିତ୍ବ) ଶ୍ୟାମ ମେହେର, ସଇଁନ୍ତଲା ବିଇଓ(ବଲାଙ୍ଗିର ଅତିରିକ୍ତ ଦାୟିତ୍ବ) ଦିଲୀପ ଯୋଶୀ, ଟିଟିଲାଗଡ଼ ବିଇଓ ଆର୍ତ୍ତତ୍ରାଣ ରଥ, ଦେଓଗାଁ ବିଇଓ ମମତା ମାହାଡ଼ିକ, ଗୁଡ଼ଭେଲା ବିଇଓ ନମିତାରାଣୀ ଭୋଇ, ବଙ୍ଗୋମୁଣ୍ଡା ବିଇଓ ବୈକୁଣ୍ଠ ଶବର, ମୁରିବାହାଲ ବିଇଓ ଶାନ୍ତନୁ ପଢ଼ିହାରୀ, ତୁରେକେଲା ବିଇଓ ଗୌତମ ପଟେଲ, ବେଲପଡ଼ା ବିଇଓ (ଖପ୍ରାଖୋଲ ଅତିରିକ୍ତ ଦାୟିତ୍ବ) ଅଭିନବ ମିଶ୍ର, ପାଟଣାଗଡ଼ ବିଇଓ ଶଙ୍କର ପ୍ରସାଦ ମାଝୀ ଓ ପୁଇଁନ୍ତଲା ବିଇଓ ରତ୍ନମୟ ପୁରୋହିତଙ୍କ ଦରମା ବନ୍ଦ ପାଇଁ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ନିର୍ଦେଶ ଦେଇଛନ୍ତି। ଏହି ଅଧିକାରୀଙ୍କ ଜୁଲାଇ ମାସର ଦରମା ବନ୍ଦ କରାଯାଇଥିବା ବେଳେ ପରବର୍ତ୍ତି ନିର୍ଦେଶ କିମ୍ବା କାର୍ଯ୍ୟକ୍ରମରେ ଶତ ପ୍ରତିଶତ ସଫଳତା ହାସଲ ପରେ ଦରମା ପ୍ରଦାନ କରାଯିବାକୁ ନିର୍ଦେଶରେ ଉଲ୍ଳେଖ ରହିଛି। ଏ ନେଇ ଜିଲା ଶିକ୍ଷା ଅଧିକାରୀ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦରମା ପାଉଥିବା ଜିଲା କୋଷାଗାର ଓ ଉପକୋଷାଗାର ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି। କର୍ତ୍ତୃପକ୍ଷଙ୍କ ଅନୁମତି ନ ମିଳିବା ପର୍ଯ୍ୟନ୍ତ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦରମା ବିଲ୍‌କୁ ଗୁରୁତ୍ବ ନଦେବାକୁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories