Anguished by the passing away of Shri Meghnad Desai Ji, a distinguished thinker, writer and economist. He always remained connected to India and Indian culture. He also played a role in deepening India-UK ties. Will fondly recall our discussions, where he shared his valuable… pic.twitter.com/q1cv3DAXaw
— Narendra Modi (@narendramodi) July 29, 2025
ବିଶିଷ୍ଟ ଅର୍ଥନୀତିଜ୍ଞ ମେଘନାଦ ଦେଶାଇଙ୍କ ପରଲୋକ
ସମାଜ ଡିଜିଟାଲ ଡେସ୍କ: ଭାରତରେ ଜନ୍ମିତ ପ୍ରଖ୍ୟାତ ବ୍ରିଟିଶ ଅର୍ଥନୀତିଜ୍ଞ, ଲେବର ପାର୍ଟିର ପୂର୍ବତନ ନେତା ଏବଂ ହାଉସ୍ ଅଫ୍ ଲର୍ଡସ୍ ସଦସ୍ୟ ମେଘନାଦ ଦେଶାଇଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥିଲା । ୟୁକେ, ଭାରତ ଏବଂ ଭାରତ ବାହାରେ ଅର୍ଥନୀତିରେ ସେ ଜଣେ ପ୍ରମୁଖ ଏବଂ ସମ୍ମାନିତ ସ୍ୱର ଥିଲେ । ଯାହାଙ୍କର ଶିକ୍ଷାକ୍ଷେତ୍ରରେ ଅବଦାନ ଅତୁଳନୀୟ । ସେ ଜଣେ ପ୍ରସିଦ୍ଧ ଶିକ୍ଷାବିତ୍ ଥିଲେ ଯିଏ କି ଏକାଡେମିକ୍ ଜର୍ଣ୍ଣାଲରେ ପ୍ରକାଶିତ ୨୦୦ରୁ ଅଧିକ ପ୍ରବନ୍ଧ ଏବଂ ୨୫ରୁ ଅଧିକ ପୁସ୍ତକ ଲେଖିଥିଲେ ।
ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସର ପ୍ରଫେସର ଏମ୍ରିଟସ୍ ରେ ତାଙ୍କର ଦୀର୍ଘ ଏବଂ ପ୍ରତିଷ୍ଠିତ କ୍ୟାରିୟର୍ ଥିଲା, ସେ ଇଣ୍ଡିଆନ୍ ଏକ୍ସପ୍ରେସ୍ ସମେତ ୟୁକେ ଏବଂ ଭାରତର ସମ୍ବାଦପତ୍ରରେ ଅନେକ ସ୍ତମ୍ଭ ମଧ୍ୟ ଲେଖିଥିଲେ । ୨୦୦୮ରେ ତାଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ-ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା । ଜଣେ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଭାବେ ମେଘନାଦ ଦେଶାଇଙ୍କ ଲେଖା ଏବଂ ବିଭିନ୍ନ ବିଷୟ ଉପରେ ବ୍ୟାପ୍ତ ଥିଲା । ଯେପରିକି ଅର୍ଥନୀତିଳ ରାଜନୀତି, ରାଜନୈତିକ ଏବଂ ସାମାଜିକ ଅର୍ଥୀତି, ଇତିହାସ, ସମାଜିକବିଜ୍ଞାନ, ଆନ୍ତର୍ଜାତୀୟ ବ୍ୟାପର, ଏବଂ ସିନେମା । ଦେଶାଇ ପ୍ରସିଦ୍ଧ ବଲିଉଡ ଅଭିନେତା ଦୀଲିପ କୁମାରଙ୍କ ଜୀବନୀ-ନେହେରୁଙ୍କ ହିରୋ ତାଙ୍କୁ ଅନ୍ୟନ ପରିଚୟ ଆଣିଦେଇଥିଲା । ଏହାସହିତ ଭାରତ ଜୀବନରେ ଦିଲୀପ କୁମାର ତାଙ୍କର ସର୍ବଶ୍ରେଷ୍ଠ ସଫଳତା ଭାବରେ ଗଣନା ହୋଇଥିଲା ।
ମେଘନାଦ ଦେଶାଇ ପୁରୁଣା ହିନ୍ଦୀ ଫିଲ୍ମର ଜଣେ ପ୍ରଶଂସକ ଥିଲେ ଏବଂ ରୋଷେଇ ପ୍ରତି ତାଙ୍କର ଆଗ୍ରହ ମଧ୍ୟ ରହିଥିଲା ।
ମେଘନାଦ ଦେଶାଇଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ‘ପ୍ରସିଦ୍ଧ ଲେଖକ ଏବଂ ଅର୍ଥନୀତିଜ୍ଞ ଶ୍ରୀ ମେଘନାଦ ଦେଶାଇଙ୍କ ବିୟୋଗରେ ମୁଁ ମର୍ମାହତ । ସେ ସର୍ବଦା ଭାରତ ଏବଂ ଭାରତୀୟ ସଂସ୍କୃତି ସହିତ ଜଡିତ ଥିଲେ । ସେ ଭାରତ-ୟୁକେ ସମ୍ପର୍କକୁ ଆହୁରି ଗଭୀର କରିବାରେ ମଧ୍ୟ ଭୂମିକା ଗ୍ରହଣ କରିଥିଲେ । ଆମ ଭିତରେ ହୋଇଥିବା ଆଲୋଚନାକୁ ମନେ ରଖିବି, ଯେଉଁଠାରେ ସେ ମୋ ସହ ତାଙ୍କର ମୂଲ୍ୟବାନ ଅନ୍ତଦୃଷ୍ଟି ବାଣ୍ଟିଥିଲେ । ଆଜି ତାଙ୍କ ବିୟୋଗରେ ପରିବାର ପ୍ରତି ସମବେଦନା ଜଣାଉଛି । ଭଗବାନ ତାଙ୍କ ଆତ୍ମକୁ ଶାନ୍ତି ଦିଅନ୍ତୁ ବୋଲି ମୋଦୀ କହିଛନ୍ତି ।
୧୯୪୦ ଜୁଲାଇ ୧୦ରେ ଭଦୋଦରାରେ ଜଣେ ସରକାୀ କର୍ମଚାରୀ ଜଗଦୀଶ ଚନ୍ଦ୍ର ଏବଂ ମନ୍ଦାକିନୀ ଦେଶାଇଙ୍କ ଘରେ ଜନ୍ମ ଗ୍ରହଣ କରିଥିଲେ ମେଘନାଦ ଦେଶାଇ । ତାଙ୍କର ତିନି ଭାଇ ଭଉଣୀ ଥିଲେ । ସେ ବମ୍ବେ ବିଶ୍ୱ ବିଦ୍ୟାଳୟରୁ ୧୯୮୫ମସିହାରେ ବିଏ, ଏବଂ ୧୯୬୦ମସିହାରେ ଅର୍ଥନୀତିରେ ଏମ୍ଏ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରୁ ସ୍କଲାରସିପ୍ ପାଇଥିଲେ । ଏଠାରେ ସେ ୧୯୬୩ମସିହାରେ ଅର୍ଥନୀତିରେ ପିଏଚଡି କରିଥିଲେ ।
Popular Categories



