ବାଙ୍କୀ : ଡମପଡା ବ୍ଲକ ପରିସରରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ଏକ ନିଯୁକ୍ତି ପରାମର୍ଶ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଓଡିଶା ଜୀବିକା ମିଶନ ସହାୟତାରେ ଅନୁଷ୍ଠିତ ଏହି ଶିବିରରେ ବ୍ଲକର ୧୬ଗୋଟି ପଞ୍ଚାୟତର ୧୪୬ଜଣ ବେକାର ଯୁବକ ଯୁବତୀ ନିଜର ନାମ ପଞ୍ଜିକରଣ କରିଛନ୍ତି। ନିଜର ଦକ୍ଷତା ବୃଦ୍ଧି ଏବଂ ଆର୍ଥିକ ସ୍ୱାବଲମ୍ବନଶୀଳ ହେବା ପାଇଁ ଯୋଗଦେଇଥିବା ୬ଗୋଟି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଅନୁଷ୍ଠାନ ମାନଙ୍କଠାରୁ ପରାମର୍ଶ ଗ୍ରହଣ କରିଛନ୍ତି । ବିଡିଓ ଶ୍ୟାମଳ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ ଯୋଗଦେଇ ଶିବିରାର୍ଥୀ ମାନଙ୍କୁ ମାର୍ଗ ଦର୍ଶନ କରିଛନ୍ତି । ଜୀବିକା ମିଶନ ପ୍ରକଳ୍ପ ସଂଯୋଜକ ଅକ୍ଷୟ କୁମାର ଭଟ୍ଟ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏଥିରେ ଜିଲ୍ଲା ଓରମାସ ଅଧିକାରୀ ଡଃ. ଶ୍ରୀକାନ୍ତ କୁମାର ପରିଜା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାରେ କିଭଳି ଭାବରେ ବେକାର ଯୁବକ ଯୁବତୀ ମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦିଆଯାଇ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇ ପାରିଛି ସେ ସମ୍ପର୍କରେ ଦୃଷ୍ଟାନ୍ତ ମୂଳକ ଆଲୋଚନା ପ୍ରଦାନ କରିଥିଲେ। ବ୍ଲକ ସଂଯୋଜିକା ମାଳିନୀ ଦେବୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଥିବା ଏମବିକେ ଏବଂ ସିଆରପି ମାନେ ପଞ୍ଚାୟତରୁ ଯୁବକ ଯୁବତୀ ମାନଙ୍କୁ ସଚେତନ କରି ଶିବିରକୁ ଆଣିବାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
Popular Categories



