ଅଜବ ମଣିଷ: ପ୍ରଚଣ୍ଡ ଗରମରେ ବି ଘୋଡ଼ାଇ ହେଉଛନ୍ତି କମ୍ବଳ

0

ନୂଆଦିଲ୍ଲୀ: ଦେଶରେ ମୌସୁମୀ ବର୍ଷାର ପ୍ରଭାବ ପରିଲକ୍ଷିତ ହୋଇଥିଲେ ମଧ୍ୟ ନୂଆଦିଲ୍ଲୀ ସମେତ ସମ୍ପୂର୍ଣ୍ଣ ଉତ୍ତର ଭାରତରେ ଏବେ ବି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିଛି। ମଧ୍ୟାହ୍ନରେ ଅସହ୍ୟ ଉତ୍ତାପ ଯୋଗୁ ଲୋକେ ଶୀତତାପ ନିୟନ୍ତ୍ରିତ ଘରେ ରହିବାକୁ ପସନ୍ଦ କରୁଥିବାବେଳେ ହରିୟାଣାର ମହେନ୍ଦ୍ରଗଡ଼ ନିବାସୀ ସାନ୍ତାରାମ କିନ୍ତୁ ଏହାର ବ୍ୟତିକ୍ରମ ପାଲଟିଛନ୍ତି। ଅସହ୍ୟ ଗରମ ସମୟରେ ସେ କମ୍ବଳ ଘୋଡାଇ ହୋଇ ଶୋଉଛନ୍ତି। ଗରମ ପୋଷାକ ପିନ୍ଧି ଘରୁ ବାହାରକୁ ବାହାରୁଛନ୍ତି। ଗ୍ରୀଷ୍ମଋତୁରେ ବି ସାନ୍ତାରାମଙ୍କୁ ଏଭଳି ଶୀତ ଅନୁଭୂତ ହେଉଛି ଯେ ସେ ବେଳେ ବେଳେ ନିଆଁ ପୁଇଁବାକୁ ବସିପଡୁଛନ୍ତି। ସେହିଭଳି ଅତ୍ୟଧିକ ଶୀତ ସମୟରେ ତାଙ୍କୁ ଗରମ ଅନୁଭୂତ ହୋଇଥାଏ। ତାଙ୍କ ଶରୀରରୁ ପ୍ରବଳ ଝାଳ ବୁହେ। ଗରମ ସହି ନ ପାରି ସାନ୍ତାରାମ ବରଫ ପାଣି ପିଅନ୍ତି ଓ ବେଳେ ବେଳେ ବରଫ ଉପରେ ଶୋଇଯାଆନ୍ତି ବୋଲି ମଧ୍ୟ ଗ୍ରାମବାସୀ ପ୍ରକାଶ କରିଛନ୍ତି। ସାନ୍ତାରାମଙ୍କ ଏଭଳି ଆଚରଣ ଅନେକଙ୍କୁ ବିସ୍ମିତ କରିଛି। ସାନ୍ତାରାମ ସମ୍ଭବତଃ କୌଣସି ରୋଗର ଶିକାର ହୋଇଛନ୍ତି ବୋଲି ଅନେକ କୁହନ୍ତି; କିନ୍ତୁ ସମ୍ପୂର୍ଣ୍ଣ ନିରୋଗ ସାନ୍ତାରାମଙ୍କ ଶାରୀରିକ କ୍ରିୟା ଅନେକ ବର୍ଷ ହେବ ଏହିଭଳି ପ୍ରକୃତିର ବିପରିତ କ୍ରମରେ ସମ୍ପାଦିତ ହେଉଛି। ଏହି କାରଣରରୁ ପ୍ରଚଣ୍ଡ ଶୀତସମୟରେ ବରଫ ଉପରେ ଶୋଇବାରେ ସେ ରେକର୍ଡ କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ଏ ନେଇ ସମ୍ମାନିତ କରାଯିବା ସହିତ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମହେନ୍ଦ୍ରଗଡ଼ ଲୋକେ ତାଙ୍କୁ ମୌସମ (ପାଣିପାଗ) ବିଭାଗ ବୋଲି ସମ୍ବୋଧିତ କରିଥାଆନ୍ତି।

kalyan agarbati
Leave A Reply