www.samajalive.in
Sunday, December 7, 2025
23.1 C
Bhubaneswar

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ବ୍ଲାକ ବକ୍ସ ଉଦ୍ଧାର

ଚେନ୍ନଇ: ତାମିଲନାଡୁର କୁନ୍ନୁରରେ ବୁଧବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଥିବା ଭାରତୀୟ ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ବ୍ଲାକ ବକ୍ସକୁ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣାରେ ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ସମେତ ମୋଟ ୧୪ ଜଣଙ୍କର ପ୍ରାଣହାନି ଘଟିଥିବାବେଳେ ଜଣେ ମାତ୍ର ଜୀବିତ ଅଛନ୍ତି । ଜୀବିତ ଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବେଙ୍ଗାଲୁରୁକୁ ସ୍ଥାନାନ୍ତରିତ କରାଯାଇଛି । ଏକ ୬ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ତେବେ ଗ୍ରୁପ କ୍ୟାପଟେନ ବରୁଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ଏବଂ ଆଗାମୀ ୪୮ ଘଣ୍ଟା ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଉଦ୍ଧାର କରାଯାଇଥିବା ବ୍ଲାକ ବକ୍ସରୁ ହେଲିକପ୍ଟରର ଚୂଡାନ୍ତ ଉଡାଣ ଅବସ୍ଥିତି ଏବଂ ପାଇଲଟଙ୍କ ସହିତ ହୋଇଥିବା ବାର୍ତ୍ତାଳାପରୁ ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡିବା ସମ୍ଭାବନା ରହିଛି । ବାୟୁସେନା ପକ୍ଷରୁ ଇତିମଧ୍ୟରେ ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତାଦେଶ ଦିଆଯାଇସାରିଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories