www.samajalive.in
Monday, December 15, 2025
17.1 C
Bhubaneswar

ଲାଲୁଙ୍କୁ ବିଷ ଦେଇ ମାରିବାକୁ ଚେଷ୍ଟା କରୁଛି ବିଜେପି: ରାବ୍ରୀ ଦେବୀ

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ବିଜେପି ବିଷ ଦେଇ ମାରିବାକୁ ଚେଷ୍ଟା କରୁଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲାଲୁଙ୍କ ପତ୍ନୀ ରାବ୍ରୀ ଦେବୀ ଗୁରୁତର ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ ବିହାର ଗୋ-ଖାଦ୍ୟ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଲାଲୁ ଜେଲ ଦଣ୍ଡ ଭୋଗୁଛନ୍ତି। ଅସୁସ୍ଥତା ପାଇଁ ତାଙ୍କୁ ରାଞ୍ଚିସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କୁ ପରିବାର ଲୋକ ଭେଟିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି । ଏନେଇ ରାବ୍ରୀ ଟ୍ୱିଟ୍‍ କରିଛନ୍ତି ଯେ ତାଙ୍କ ସାନ ପୁଅ ତେଜସ୍ୱୀ ଯାଦବ ବାପା ଲାଲୁଙ୍କୁ ଭେଟିବା ପାଇଁ ଆବେଦନ କରିଥିଲେ। ହେଲେ ବିଜେପି ସରକାର ତାଙ୍କୁ ଏଥିପାଇଁ ଅନୁମତି ଦେଇନାହିଁ । ମାସେ ହେବ ପରିବାରର କୌଣସି ସଦସ୍ୟଙ୍କୁ ଲାଲୁଙ୍କୁ ଭେଟିବାକୁ ଦିଆଯାଉନାହିଁ । ବିଜେପି ସରକାର ଲାଲୁଙ୍କୁ ହସ୍ପିଟାଲରେ ବିଷ ଦେଇ ମାରିବାକୁ ଚେଷ୍ଟା କରୁଛନ୍ତି । ଭାରତ ସରକାର ପାଗଳ ହୋଇଯାଇଛନ୍ତି। ଆଇନ ବାହାରେ ଲାଲୁଙ୍କ ପ୍ରତି କଠୋର ବ୍ୟବହାର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ ଅପ୍ରେଲ ୧୦ରେ ସୁପ୍ରିମକୋର୍ଟ ଲାଲୁଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଅସୁସ୍ଥତା କାରଣରୁ ଜାମିନ ପାଇଁ ସେ ଆବେଦନ କରିଥିଲେ। ତେବେ ସିବିଆଇ ଏହାକୁ ବିରୋଧ କରିବା ପରେ ସୁପ୍ରିମକୋର୍ଟ ଲାଲୁଙ୍କୁ ଜାମିନ ଦେଇନଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories