www.samajalive.in
Sunday, December 7, 2025
23.1 C
Bhubaneswar

ଦାବୀ ପୂରଣ ନହେଲେ ଏନ୍‍ଏଲ୍‍ସି କୋଇଲା ଖଣି ବିରୋଧରେ ୪ରୁ ଆନ୍ଦୋଳନ କରିବ ବିଜେପି  

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଖିଣ୍ଡା ପଞ୍ଚାୟତରେ ଥିବା ଏନ୍‍ଏଲ୍‍ସି କମ୍ପାନୀ ତଲାବିରା (୨) ଏବଂ (୩) କୋଇଲା ଖଣି ଯୋଗୁଁ ବିସ୍ଥାପିତ /କ୍ଷତିଗ୍ରସ୍ତ/ପ୍ରଭାବିତ ପରିବାରର ନ୍ୟାଯ୍ୟ ଦାବୀ ପୂରଣ ପାଇଁ କମ୍ପାନୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପୂରଣ କରୁ ନାହିଁ। ଆଜି ବିଜେପି ଖିଣ୍ଡା ଶାଖା ପକ୍ଷରୁ ବିସ୍ଥାପିତଙ୍କ ଥଇଥାନ ଏବଂ ନିଯୁକ୍ତି ଦାବୀ ନେଇ ଅଦାନୀ କମ୍ପାନୀର ମାନବ ସମ୍ବଳ ବିଭାଗର ମହାପ୍ରବନ୍ଧକ ଅମର ସିଂଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି। ଆସନ୍ତା ୩ ତାରିଖ ସୁଦ୍ଧା ଦାବୀ ପୁରଣ ନହେଲେ ୪ ତାରିଖ ଦିନ ବିଜେପି ଜିଲ୍ଲା ପଦାଧିକାରୀଙ୍କ ଉପସ୍ଥିତିରେ ଅଦାନୀ କାର୍ୟ୍ୟାଳୟକୁ ବନ୍ଦ କରିଦେଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଅଶ୍ୱନୀ ମାଝିଜିଲ୍ଲା ପ୍ରତିନିଧି ଚନ୍ଦ୍ରଶେଖର ରାଉତ, ମାନସ ସାଲିମା, ଶୁଶାନ୍ତ ଭୋଇନିଳମଣୀ ବୁଧିଆ ବୃଷଭ ରବନାବିଜୟ ପ୍ରଦାନ ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଠେଲକୋଲୋଇ ଆଇଆଇସି ସୁରିୁବାବୁ ଛତ୍ରିଆଙ୍କ ଉପସ୍ଥିତିରେ ଦାବୀପତ୍ର ପ୍ରଦାନ କରିଥିଲେ। ସୂଚିତ ଯେ ଏହା ପୂର୍ବରୁ ଦାବୀ ପୂରଣ ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଳମ୍ବନ କରାଯାଉଛି। କମ୍ପାନୀ ଦେଇଥିବା ପ୍ରତିଶ୍ରୁତି କାର୍ୟ୍ୟକାରି କରିବା ଦାବୀରେ କର୍ମଜୀବୀ ଏକତା ସଙ୍ଗଠନ ପକ୍ଷରୁ ଗତ୧୨ ତାରିଖରୁ ଖଣି ଫାଟକ ସାମ୍ନା ରେ ୨୨ ଦିନ ହେଲା ରିଲେ ଅନଶନ ଜାରି ରହିଥିବା ବେଳେ ଗତ କାଳି ୧ ତାରିଖ ସୋମବାର ରୁ ସୁରେନ୍ଦ୍ର ସାଏ ଆଞ୍ଚଳିକ ସୁରକ୍ଷା ମଞ୍ଚ ଦାବୀ ପୂରଣ ନହେବା ଯାଏ ଖଣି କାମ ବନ୍ଦ କରିଦେଇ ଆନ୍ଦୋଳନ ଆରମ୍ଭ କରିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories