ବିଜେପି ପକ୍ଷରୁ ଶଙ୍କିରୀ ପଞ୍ଚାୟତ ସମ୍ମୁଖରେ ଗଣଧାରଣା
କେନ୍ଦୁଝରଗଡ଼: ରାଜ୍ୟ ସରକାରଙ୍କ ଶାସନରେ ଦୁର୍ନୀତି ଓ ଭ୍ରଷ୍ଟାଚାର ହେଉଥିବା ଅଭିଯୋଗ କରି ଏହା ବିରୋଧରେ ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ପଞ୍ଚାୟତସ୍ତରରେ ଆନ୍ଦୋଳନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ସୋମବାର ସଦର ବ୍ଲକ ଶଙ୍କିରୀ ପଞ୍ଚାୟତ ସମ୍ମୁଖରେ ଏକ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ଜିଲା ବିଜେପିର ମହିଳାନେତ୍ରୀ କିରଣବାଳା ନାଏକଙ୍କ ନେତୃତ୍ୱରେ ସଦର ନିର୍ବାଚନମଣ୍ଡଳୀ ସଂଯୋଜକ ବିବକୋନନ୍ଦ ମହାନ୍ତ, ରାଇସୁଆଁ ମଣ୍ଡଳ ସଭାପତି ବାବୁ ସେଠୀ, ପୂର୍ବତନ ସଦର ବ୍ଲକ ଉପାଧ୍ୟକ୍ଷ ଧର୍ନୁଜୟ ମହାନ୍ତ, ଶଙ୍କିରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ଫକୀର ମୋହନ ନାୟକ, ଗଦାଧର ନାୟକ, ପ୍ରଶାନ୍ତ ଓରାମ, ନେତ୍ରାନନ୍ଦ ଓରାମ, ପ୍ରମୁଖ ବହୁ ବିଜେପି ନେତା ଓ କର୍ମୀ ଏହି ଗଣଧାରଣାରେ ସାମିଲ ହୋଇଥିଲେ। ପଞ୍ଚାୟତରେ ଚାଲିଥିବା ମନରେଗା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ରାସନକାର୍ଡ ବଣ୍ଟନ, ଭତ୍ତା ବଣ୍ଟନ ଆଦି ବିଭିନ୍ନ ଦୁର୍ନୀତି ବିରୋଧରେ ସ୍ଳୋଗାନ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ବିଜେପି କର୍ମୀ।
Comments are closed.