ସାମ୍ବିଧାନିକ ପରିବର୍ତ୍ତନ ଚାହୁଁଛନ୍ତି ବିଜେପି-ଆରଏସଏସ, ଅଭିଯୋଗ କଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଡେସ୍କ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ଅଭିଯୋଗ କରିଛନ୍ତି ଯେ ବିଜେପି ଏବଂ ଆରଏସଏସ ଦେଶର ସମ୍ବିଧାନକୁ ବଦଳାଇବାକୁ ଚାହୁଁଛନ୍ତି, ତେଣୁ ସେମାନେ ୪୦୦ରୁ ଅଧିକ ଲୋକସଭା ଆସନ ପାଇଁ ଆଗ୍ରହୀ ଅଛନ୍ତି। କଟିହାରର ରାଜେନ୍ଦ୍ର ଷ୍ଟାଡିୟମରେ ତାଙ୍କର ଦ୍ୱିତୀୟ ସାଧାରଣ ସଭାକୁ ସମ୍ବୋଧିତ କରି ଶ୍ରୀ ଖଡଗେ କହିଛନ୍ତି ଯେ ବିଜେପି ମୁଦ୍ରାସ୍ଫୀତି ଏବଂ ବେକାରୀ ଭଳି ବାସ୍ତବ ପ୍ରସଙ୍ଗରୁ ଦୂରେଇ ଯାଉଛି କାରଣ ସେମାନଙ୍କର ଗୁପ୍ତ ଉଦ୍ଦେଶ୍ୟ ଅଛି ଯାହା ଗଣତନ୍ତ୍ର ପାଇଁ ଭଲ ନୁହେଁ। କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ ଦଳ ବିଭାଜନକାରୀ ଶକ୍ତି ବିରୋଧରେ ଲଢ଼େଇ ଏବଂ ସମ୍ବିଧାନକୁ ବଞ୍ଚାଇବାକୁ ଆହ୍ୱାନ ଦେଇଛି। ସେ କହିଛନ୍ତି ଯେ ବିଜେପି ଅର୍ଥବଳ ବ୍ୟବହାର କରି ଏବଂ ପ୍ରବର୍ତ୍ତନ ଏଜେନ୍ସିର ଅପବ୍ୟବହାର କରି ରାଜ୍ୟରେ ନିର୍ବାଚିତ ସରକାରଗୁଡ଼ିକୁ ଉଚ୍ଛେଦ କରୁଛି। ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କ ଭଳି କଂଗ୍ରେସ ନେତା ମାନେ ଦେଶର ଏକତା ପାଇଁ ନିଜ ଜୀବନକୁ ବଳିଦାନ ଦେଇଛନ୍ତି କିନ୍ତୁ ବିଜେପିର ସେଭଳି ଇତିହାସ ନାହିଁ ବୋଲି ଶ୍ରୀ ଖଡଗେ ଅଭିଯୋଗ କରିଛନ୍ତି।

ଭାଇସ୍ ଆଡମିରାଲ ଦୀନେଶ କେ ତ୍ରିପାଠୀ ନୌସେନାର ପରବର୍ତ୍ତୀ ମୁଖ୍ୟ ନିଯୁକ୍ତ

ଏହା ପୂର୍ବରୁ ଶ୍ରୀ ଖଡ଼ଗେ କିଶନଗଞ୍ଜର ବାହାଦୁରଗଞ୍ଜରୁ ବିହାରରେ ତାଙ୍କର ପ୍ରଥମ ଜନସଭାକୁ ସମ୍ବୋଧିତ କରିଥିଲେ।

Comments are closed.