ବିଜେପି ନେତାଙ୍କୁ ମୋଦିଙ୍କ ପରାମର୍ଶ; ଗଣମାଧ୍ୟମରେ ବିବାଦୀୟ ମନ୍ତବ୍ୟ ଦିଅନି

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମୋଦି ଆପ’ ମାଧ୍ୟମରେ ରବିବାର ବିଜେପି ସାଂସଦ ଓ ବିଧାୟକଙ୍କ ସହ କଥାବାର୍ତ୍ତା କରିବା ସହ ବିବାଦୀୟ ବୟାନ ଦେଇ ଗଣମାଧ୍ୟମକୁ ମସଲା ନ ଦେବାକୁ ପରାମର୍ଶ ଦେଇଛନ୍ତି । ଗଣମାଧ୍ୟମ ସାମ୍ପନାରେ ବିବାୟୀୟ ବୟାନ ଦେବାରୁ ନିବୃତ୍ତ ରହିବା ସହ କଥାବାର୍ତ୍ତା ବେଳେ ସଂଯମତା ରକ୍ଷା କରିବାକୁ କହିଛନ୍ତି । ମୋଦି କହିଥିଲେ ଯେ ଆମେ ଭୁଲ କରୁଛି ଓ ଗଣମାଧ୍ୟମକୁ ମସଲା ହେଉଛେ। କ୍ୟାମେରା ଦେଖିଲେ ସାମାଜିକ ବିଜ୍ଞାନୀ ଅବା ବିଶେଷଜ୍ଞ ଭଳି ଟିପ୍ପଣୀ ଦେବାକୁ ଉତ୍ସାହିତ ହୋଇଯାଉଛ । ପରେ ଗଣମାଧ୍ୟମ ସେହି ଟିପ୍ପଣୀକୁ ବ୍ୟବହାର କରୁଛି । ଏହା ଗଣମାଧ୍ୟମର ଭୁଲ ନୁହେଁ । ଏହାସହ ସାମାଜିକ ଗଣମାଧ୍ୟମରେ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ନେତାଙ୍କୁ ପରାମର୍ଶ ଦେଇଛନ୍ତି । ଜନଧନ, କୌଶଳ ବିକାଶ ଏବଂ ମୁଦ୍ରା ଯୋଜନାକୁ ଗୁରୁତ୍ୱ ଦେବାକୁ ଓ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ସାଂସଦଙ୍କୁ କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସାଂସଦ ଓ ବିଧାୟକଙ୍କ ସହ ଗ୍ରାମୀଣ ବିକାଶ ଏବଂ ଚାଷୀଙ୍କ ହିତ ସମ୍ପର୍କରେ ଆଲୋଚନା କରିଥିଲେ । ପଞ୍ଚାୟତସ୍ତରରେ ଉନ୍ନୟନମୂଳକ କାର୍ଯ୍ୟ ନେଇ ସେ ସାଂସଦଙ୍କ ସହ କଥା ହୋଇଥିଲେ ।

Leave A Reply