ଝିଅଙ୍କୁ ଉଠାଇ ଆଣିବା ନେଇ ବିଜେପି ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

0

ମୁମ୍ବଇ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇରେ ଦହି ହାଣ୍ଡି ଭଙ୍ଗା ଉତ୍ସବ ଅବସରରେ ଘାଟକୋପର ବିଜେପି ବିଧାୟକ ରାମ କଦମ ଝିଅଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାମ କଦମ ଏହି ଅବସରରେ ଯୁବକଙ୍କୁ ସମ୍ବୋଧିତ କରି କହିଥିଲେ ଯେ ସେମାନଙ୍କ ମନପସନ୍ଦର ଝିଅଙ୍କୁ ସେ ଅପହରଣ କରି ନେଇ ଆସିବେ। ସାମାଜିକ ଗଣମାଧ୍ୟମରେ ବିଜେପି ବିଧାୟକଙ୍କ ରାମ କଦମଙ୍କ ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ସେ ଝିଅଙ୍କୁ ଉଠାଇ ଏବଂ ଅପହରଣ କରି ନେଇଆସିବେ ବୋଲି କହୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ଏହି ବିବାଦୀୟ ଭିଡ଼ିଓକୁ ଏନ୍‍ସିପି ବିଧାୟକ ଜିତେନ୍ଦ୍ର ଆହ୍ୱାଡ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଭିଡ଼ିଓରେ ରାମ କଦମ କହୁଛନ୍ତି ଯେ ଯଦି ପୁଅକୁ ଝିଅ ପସନ୍ଦ ଓ ପୁଅର ବାପା, ମା’ଙ୍କୁ ଝିଅ ପସନ୍ଦ ନ ଆସେ ତେବେ ବି ବିବାହରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ମୁଁ ଝିଅକୁ ଉଠାଇ ନେଇ ଆସିବି। କୁହାଯାଉଛି ଦହି ହାଣ୍ଡି ଭଙ୍ଗା ଉତ୍ସବରେ ଗୋବିନ୍ଦାଙ୍କୁ ସମ୍ବୋଧିତ କରି ରାମ କଦମ ଏଭଳି କଥା କହିଥିଲେ। ଏପରିକି ତାଙ୍କ ମୋବାଇଲ ନମ୍ବର ଟିପି ନିଅନ୍ତୁ, ମୁଁ ତମକୁ ୧୦୦% ସାହଯ୍ୟ କରିବି ବୋଲି ସେ ଯୁବକଙ୍କୁ କହିଛନ୍ତି।

Leave A Reply