BJD Bijuli 480×75 Mob

ବନାବିରା ଗୁଳିକାଣ୍ଡ ଘଟଣାରେ ବିଜେପି ନେତା ଜୟନାରୟଣ ମିଶ୍ର ଗିରଫ

BJD Bijuli 480×75 Mob
0

ସମ୍ବଲପୁର: ବରିଷ୍ଠ ବିଜେପି ନେତା ଜୟନାରୟଣ ମିଶ୍ର ଜେଲ ଗଲେ । ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗୁରୁବାର ସକାଳେ ସମ୍ବଲପୁର  ବାସଭବନରୁ ଜୟନାରାୟଣଙ୍କୁ ପୁଲିସ ଗିରଫ କରିଥିଲା । ବନାବିରା ଗୁଳିକାଣ୍ଡ ଘଟଣାରେ ପଚରାଉଚରା ପାଇଁ ତାଙ୍କୁ ପ୍ରଥମେ ସୋହେଲା ଥାନାକୁ ପୁଲିସ ନେଇଥିଲା ଓ ପରେ ସେଠାରେ ତାଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଜୟନାରୟଣ ମିଶ୍ର ଆଗୁଆ ଜବିନ ଆବେଦନ କରିଥିଲେ ମଧ୍ୟ ତାହାକୁ ଖାରଜ କରାଯାଇଥିଲା । ପରେ ବିଚାର ବିଭାଗୀୟ କଏଦୀ ଭାବରେ ସୋହେଲା ଜେଲକୁ ପଠାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ବିଜେପୁର ଉପନିର୍ବାଚନ ବେଳେ ବନବିରା ନିକଟରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏଥିରେ ତାଙ୍କ ଡ୍ରାଇଭର ଡିଲେଶ୍ୱରଙ୍କ ମୃତ୍ୟୁ ଘଟିଥିଲା । ଏହି ମାମଲାର ପଚରାଉଚରା ପାଇଁ ଆଜି ସକାଳେ ସୋହେଲା ପୁଲିସ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଚଢାଉ କରିବା ସହ ତାଙ୍କୁ ଉଠାଇ ନେଇଥିଲା । ଜୟନାରୟଣ ମିଶ୍ରଙ୍କ ସହ ତାଙ୍କ ସହଯୋଗୀ ଶିବ କୁମାର ଦିୱାନ ମଧ୍ୟ ଗିରଫ ହୋଇଛନ୍ତି । ଏହ ମାମଲାରେ ଏଯାବତ୍ ୮ ଜଣଙ୍କୁ ପୁଲିସ ଗିରଫ କରିଛି ।

Leave A Reply