www.samajalive.in
Sunday, December 7, 2025
14.1 C
Bhubaneswar

କନ୍ଧମାଳ ଜିଲ୍ଲା ବିଜେପିର ଇବୁକ ବୈଠକ

ଫୁଲବାଣୀ/ବାଲିଗୁଡା: କନ୍ଧମାଳ ଜିଲ୍ଲା ବିଜେପି ତରଫରୁ ଏକ ଇବୁକ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀର ଭୟାବହତା ଭିତରେ କନ୍ଧମାଳ ଜଲ୍ଲା ପକ୍ଷରୁ କରାଯାଇଥିବା ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଗୁଡିକକୁ ନେଇ ଆଗାମୀ ପିଢିକୁ ପ୍ରେରଣା ନିମନ୍ତେ ଡିଜିଟାଲ ମାଧ୍ୟମରେ ସାଇତି ରଖିବା ପାଇଁ ଇବୁକର ଶୁଭାରମ୍ଭ ହୋଇଛି। ଏଥି ନିମନ୍ତେ ରାଜ୍ୟ ବିଜେପି ଦ୍ୱାରା ଜଗତ ଉଦ୍ଧାର ହେଉ(ଇବୁକ)ର ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟର ସବୁ ଜିଲ୍ଲାକୁ ନେଇ (ଇବୁକ) ଜଗତ ଉଦ୍ଧାର ହେଉର ଉନ୍ମୋଚନ କରାଯାଇଛି। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗତ ନିର୍ବାଚନର କନ୍ଧମାଳ ସାଂସଦ ପ୍ରାର୍ଥୀ ଖାରବେଳ ସ୍ୱାଇଁ,ରାଜ୍ୟ ସାଧାରଣ ସମ୍ଫାଦିକା ଡଃ ଲେଖାଶ୍ରୀ ସାମନ୍ତ ସିଂହାର ସମେତ ରାଜ୍ୟ ତଥା ଜିଲ୍ଲା ସ୍ତରୀୟ ଭାଜପାର କାର୍ଯ୍ୟକ୍ରତା ଯୋଗଦେଇଥିଲେ। କରୋନା ମହାମାରୀ ସମୟରେ ବିଜେପି ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟ ଯେପରି କରୋନା ମହାମାରୀରେ ହୋଇଥିବା ଲକଡାଉନ ଓ ସଟଡାଉନ ସମୟରେ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ,ରାସନ ସାମଗ୍ରୀ ବଣ୍ଟନ, ମାସ୍କ ବଣ୍ଟନ, ଆରୋଗ୍ୟ ସେତୁ ଆପର ବହୁଳ ପ୍ରଚାର କରି ଲୋକଙ୍କୁ ସାହାଯ୍ୟ, କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ଉତ୍ସାହ କରାଇବ ଇତ୍ୟାଦି ସବୁକୁ ଏହି ଇବୁକରେ ସ୍ଥାନ ଦେବାସହ କରାଯାଇଥିବା କାର୍ଯ୍ୟ ଗୁଡାକର ଫୋଟୋକୁ ସ୍ଥାନ ଦିଆଯାଇଛି।ଏହି ବାବଦରେ ଜିଲ୍ଲା ସଭାପତି ଶ୍ରୀ ସାହୁ ପ୍ରକାଶ କରିଥିଲେ , ସାରା ଦେଶ ସହିତ ସାରା ବିଶ୍ୱ କରୋନା ମହାମାରୀ ସହିତ ଏକ ଅଦୃଶ୍ୟ ଶକ୍ତି ସହିତ ଲଢେଇ କରୁଛି। କନ୍ଧମାଳ ଜିଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସଂକ୍ରମଣକୁ ଖାତିର ନକରି ଲୋକଙ୍କୁ ସେବା ଯୋଗାଇ ଦେଇଥିବା ସଂପର୍କରେ ଆଲୋକପାତ କରିଥିବା ବେଳେ ଏହା ଆଗାମୀ ପିଢି ପାଇଁ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories