www.samajalive.in
Sunday, December 14, 2025
17.1 C
Bhubaneswar

ବିଜେପି ମଣ୍ଡଳ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକ ଖସଡା ଜଳପ୍ରପାତରେ ବିଜେପି ମଣ୍ଡଳ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୋହନା ମଣ୍ଡଳ ସଭାପତି ଜିତେନ୍ଦ୍ର ବେହେରାଙ୍କ ସଂଯୋଜନାରେ ନିର୍ବାଚନ ମଣ୍ଡଳୀର ୮ଟି ମଣ୍ଡଳର କାର୍ଯ୍ୟକର୍ତ୍ତା ଏହି ବୈଠକରେ ଯୋଗ ଦେଇଥିବା ବେଳେ ଆଗାମୀ ସାଧାରଣ ନିର୍ଚାଚନ ସମ୍ପର୍କରେ ବିଜେପିର ରଣନୀତି ଉପରେ ଆଲୋଚନା କରିଥିଲେ। ବିଶେଷ କରି ପ୍ରାର୍ଥୀ ଚୟନ ବେଳେ ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କ ମତାମତ ନେବା ସହ ପ୍ରତି କାର୍ଯ୍ୟକ୍ରମରେ ସେମାନଙ୍କୁ ଗୁରୁତ୍ୱ ଦେବାକୁ ବୈଠକରେ ଦାବି କରାଯାଇଛି। ଏହି ବୈଠକରେ ମୋହନା ମଣ୍ଡଳର ସାଧାରଣ ସମ୍ପାଦକ ସୁଦର୍ଶନ ପାଇକ, ଅଡବା ମଣ୍ଡଳ ସଭାପତି ଦିବାକର ପ୍ରଧାନୀ, ସାଧାରଣ ସମ୍ପାଦକ ମୁକ୍ତିମଣ୍ଡପ ଦଣ୍ଡସେନା, ଚନ୍ଦ୍ରଗିରି ମଣ୍ଡଳ ସଭାପତି ରଜନୀ କାନ୍ତ ପ୍ରଧାନ, ରା.ଉଦୟଗିରି ମଣ୍ଡଳ ସଭାପତି ଭୁଷଣ ପୂଜାରୀ, ସମ୍ପାଦକ ରଂଜନ କୁମାର ପ୍ରଧାନୀ, ରାୟଗଡ ମଣ୍ଡଳ ସଭାପତି ପାର୍ଥଦେବ ଗଜେନ୍ଦ୍ର ବିଷୋୟୀ, ସାଧାରଣ ସମ୍ପାଦକ ସୋମ୍ୟ ରଂଜନ ପଟ୍ଟନାୟକ, ନୁଆଗଡ ମଣ୍ଡଳ ସଭାପତି ସୁଦର୍ଶନ ମଣ୍ଡଳ, ରାମଗିରି ମଣ୍ଡଳ ସଭାପତି ବନମାଳି ଶବର, ସମ୍ପାଦକ ରଘୁନାଥ ବଡମୁଣ୍ଡି, କୋଷାଧ୍ୟକ୍ଷ ତାରଣି ଦଳପତି ପ୍ରମ୍ମୁଖ ଯୋଗ ଦେଇଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories