ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଉଦୟପୁର ମଣ୍ଡଳ ବିଜେପି ପକ୍ଷରୁ ଆଜି ମହ୍ଲାରପଦା ପଞ୍ଚାୟତ ର ସାଙ୍ଗଠନିକ ବୈଠକ ଯାମୁଦା ବିଜେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ କିପରି ଅଧିକରୁ ଅଧିକ ବିଜୟ ହାସଲ କରିବ ସେ ସମ୍ପର୍କରେ ଉପସ୍ଥିତି କାର୍ଯ୍ୟକର୍ତ୍ତା ଗୁରୁମନ୍ତ୍ର ଦେଇଥିଲେ।
କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାପନେତ୍ରୀ ମମିତ ନାଏକ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଅଶ୍ୱିନୀ ମହାନ୍ତ, ଓବିସି ମୋର୍ଚ୍ଚା ଜିଲ୍ଲା କୋଷାଧ୍ୟକ୍ଷ ବୁଲୁ ବାରିକ , ଉଦୟପୁର ମଣ୍ଡଳ ସଭାପତି ସୁଦର୍ଶନ ମହାନ୍ତ, ସଧାରଣ ସମ୍ପାଦକ ନରହରି ମହାନ୍ତ ଓ ନେତ୍ରାନନ୍ଦ ମହାନ୍ତ, ଉଦୟପୁର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି କୁଞ୍ଜବିହାରୀ ମହାନ୍ତ ଓ ସିଲିପଦା ସମିତି ସଭ୍ୟ ଶିବାଜି ଗୈାତମ ମହାନ୍ତ ବର୍ମା ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ସାମିଲ ଥିଲେ।



