ବିଜେପି ଛାଡିଲେ ମଣ୍ଡଳ ସଭାପତି

ପିପିଲି : ପିପିଲି ବିଜେପିର ଛାମୁଆନେତା ତଥା କୌଶଲ୍ୟାଗଙ୍ଗ ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର ବିଜେପି ଛାଡିଛନ୍ତି । ଏନେଇ ସେ ନିଜର ଇସ୍ତଫା ପତ୍ରକୁ ପୁରୀ ଜିଲା ବିଜେପି ସଭାପତିଙ୍କୁ ପ୍ରଦାନ କରିଛନ୍ତି । ବ୍ୟକ୍ତିଗତ ଅସୁବିଧା କାରଣରୁ ସେ ଦଳ ଛାଡିଥିବା କଥା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ।
ଏନେଇ ଜଇସପାଟଣା ନିକଟ ଦେବୀ ମନ୍ଦିର ଠାରେ ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଦଳର ପ୍ରାଥମିକ ସଭ୍ୟପଦ ସମେତ ମଣ୍ଡଳ ସଭାପତି ପଦରୁ ଇସ୍ତଫା ଦେଇଥିବା ସଂପର୍କରେ ଶ୍ରୀମହାପାତ୍ର ଘୋଷଣା କରିଥିଲେ। ଶାରିରୀକ ଅସୁସ୍ଥତା କାରଣରୁ ଏବଂ ରାଜ୍ୟ ବିଜେପିର ଦୁର୍ବଳ ନେତୃତ୍ୱ ପାଇଁ ସେ ଅସନ୍ତୁଷ୍ଟ ହୋଇ ଦଳରୁ ଇସ୍ତଫା ଦେଇଥିବା ସଂପର୍କରେ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ହରିହର ଦାସ, ଜଗଦିଶ ସାହୁ, ଗଗନ ବିହାରୀ ନାୟକ, ଶୁକଦେବ ଖୁଣ୍ଟିଆ, ମନୁ ମଲ୍ଲିକ, ସୁକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଏଠାରେ ସୂଚନା ଥାଉକି, ଏହା ପୂର୍ବରୁ ଶ୍ରୀ ମହାପାତ୍ର ସ୍ଥାନୀୟ ବିଜେଡିର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ । ଗତ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସେ କୌଣସି କାରଣରୁ ବିଜେଡି ହାତ ଛାଡିଥିଲେ। ପରବର୍ତ୍ତୀ ସମୟରେ ୨୦୧୯ ମସିହାରେ ସେ ବିଜେପିରେ ଯୋଗ ଦେଇଥିବା ବେଳେ ତାଙ୍କର ସାଙ୍ଗଠନିକ ଦକ୍ଷତାକୁ ନେଇ ଦଳ ତାଙ୍କୁ କୌଶଲ୍ୟାଗଙ୍ଗ ମଣ୍ଡଳ ସଭାପତି ଦାୟିତ୍ୱ ଅର୍ପଣ କରିଥିଲା । ୨୦୧୯ ସାଧାରଣ ନିର୍ବାଚନ, ୨୦୨୧ ଉପନିର୍ବାଚନ ଓ ଗତ ପଞ୍ଚାୟତ ନିର୍ବାଚନରେ ନିଜ ଅଞ୍ଚଳରେ ସେ ଦକ୍ଷତାର ସହ ନିର୍ବାଚନ ପରିଚାଳନା କରି ଦଳ ପାଇଁ ଲଢିଥିଲେ।

Comments are closed.