www.samajalive.in
Saturday, December 13, 2025
23.1 C
Bhubaneswar

ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ; ଚଳିତବର୍ଷ ମ୍ୟାଟ୍‌ରେ ଖେଳ

ରସୁଲପୁର : ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଖଣ୍ଡିତର ଷ୍ଟାଡିୟମରେ ସୋମବାର ଅପରାହ୍ନରେ ଯାଜପୁର କବାଡ଼ି ଆସୋସିଏସନ ଆନୁକୂଲ୍ୟରେ  ୬୭ତମ ୪-ଦିନିଆ ସର୍ବଭାରତୀୟ ଦିବାରାତ୍ର ପୁରୁଷ ଓ ମହିଳା କବାଡ଼ି ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ଉଦଘାଟନ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ ବୋଲି ଜେକେଏର କାଯ୍ୟକାରୀ ସଭାପତି ପ୍ରଦୀପ କୁମାର ସେଠୀ ଓ ସମ୍ପାଦକ ରବୀନ୍ଦ୍ର କୁମାର ପୃଷ୍ଟି ଜଣାଇଛନ୍ତି । ଏହି ପ୍ରତିଯୋଗିତାରେ ପୁରୁଷ ବିଭାଗରେ ୧୭ଟି ଦଳ ଓ ମହିଳା ବିଭାଗରେ ୧୧ଟି ଦଳ ଭାଗନେବେ। ପୁରୁଷ ବିଭାଗରେ ରାଜ୍ୟ ବାହାରୁ ବିଳାସପୁର (ଛତିଶଗଡ଼), ନାଗପୁର (ମହାରାଷ୍ଟ୍ର), ଗ୍ବାଲିଅର (ମଧ୍ୟପ୍ରଦେଶ), ଦକ୍ଷିଣ-ପୂର୍ବ ରେଳପଥ, ପୂର୍ବ ରେଳବାଇ, କଲକତା ପୁଲିସ ଏବଂ ଓଡ଼ିଶାର କଟକ, ଭୁବନେଶ୍ୱର, କିଟ୍‌, କଳିଙ୍ଗ ଏକାଡେମୀ (ପଟିଆ), ଢେଙ୍କାନାଳ, ପୁରୀ, ନୂଆପଡ଼ା, ଜଗତସିଂହପୁର, ପିପିଲି, ଯାଜପୁର, ଓଡ଼ିଶା ପୁଲିସ ଭାଗନେବେ। ମହିଳା ବିଭାଗରେ ରାଜ୍ୟ ବାହାରୁ ଦକ୍ଷିଣ-ପୂର୍ବ ରେଳପଥ ଓ ସାଇ ଛତିଶଗଡ଼ ଏବଂ ରାଜ୍ୟ ମଧ୍ୟରୁ ପୂର୍ବତଟ ରେଳପଥ, କଟକ, ଭୁବନେଶ୍ୱର, କିଟ୍‍, କଳିଙ୍ଗ ଏକାଡେମୀ, ଢ଼େଙ୍କାନାଳ, ପୁରୀ, ଆସ୍କା ଓ ଯାଜପୁର ଆଦି ଦଳ ଭାଗ ନେଉଛନ୍ତି ବୋଲି ସହସମ୍ପାଦକ ସମରେନ୍ଦ୍ର ଦାଶ, ଅନାଦି ଚରଣ ସାହୁ, ସରପଞ୍ଚ ସୁରେନ୍ଦ୍ର କୁମାର ତିଆଡି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଏହି ପ୍ରତିଯୋଗିତା ମ୍ୟାଟ୍‌ରେ ଖେଳାଯିବ। ଏଥି ପାଇଁ ଷ୍ଟାଡିୟମରେ ପ୍ରସ୍ତୁତି ଶେଷ ହୋଇଛି। ଏହି ପ୍ରତିଯୋଗିତାରେ ୪୫୦ ଖେଳାଳି ଓ ଅଫିସିଆଲ ଭାଗନେବେ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories