www.samajalive.in
Saturday, December 13, 2025
23.1 C
Bhubaneswar

ଜାତୀୟ ରାଜପଥ ଉପରେ ଝୁଲିଲା ବିଦ୍ୟୁତ ତାର, ଅଟକିଲା ରୋଗୀ ଯାନ ସମେତ ବହୁ ଗାଡ଼ି

ପାଟଣା : ୨୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଜିଲ୍ଲା ସାହାରପଡା ମୁଖ୍ୟାଳୟ ଠାରେ ରବିବାର ସନ୍ଧ୍ୟା ସମୟରେ ରାସ୍ତା ପାର ହୋଇଥିବା ବିଦ୍ୟୁତ ତାର କୌଣସି କାରଣ​‌ ବଶତଃ ସର୍ଟ ସର୍କିଟ ହୋଇ ରାସ୍ତା ଉପରେ ଝୁଲି ପଡିଥିଲା। ଫଳରେ ଯାନବାହାନ ଯାତାୟତରେ ବାଧା ସୃଷ୍ଟି ହେବା ସହ ବହୁ ଗାଡ଼ି ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଥିଲା। ସେପଟେ ରବିବାର ଦିନ ସାପ୍ତାହିକ ହାଟ ସାଙ୍ଗକୁ ଲୋକେ ରଜ ସଉଦା କିଣାକିଣି କରିବା ପାଇଁ ଆସିଥିବା ବେଳେ ହାଟରେ ବହୁତ ଗହଳି ହୋଇଥିଲା। ରାସ୍ତା କଡ଼ରେ ବାଇକ ଏବଂ ଅଟୋ ଛିଡା ହୋଇଥିବାରୁ ବିଶେଷ କରି ଅଧିକ ଭିଡ ହୋଇଥିବା ପରିଲକ୍ଷିତ ହୋଇଛି। ସେପଟେ ୧୦୮ ମଧ୍ୟ ଏହି ଭିଡରେ ଫସି ରହିଥିଲା । ଏପରି ସ୍ଥଳେ ସ୍ଥାନୀୟ ପୁଲିସ ଏଠାକୁ ଆସିବାକୁ ବିଳମ୍ବ କରିଥିଲା। ସାହାରପଡା ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ବିଦ୍ୟୁତ ତାର ଉପରକୁ ଉଠାଇବା ପରେ କିଛି ସ୍ଥାନୀୟ ଲୋକଙ୍କ ସହଯୋଗ କ୍ରମେ ଉଭୟ ପାର୍ଶ୍ୱରେ ଅଟକି ରହିଥିବା ଗାଡ଼ି ଗୁଡିକୁ ପରିଚାଳନା କରି ଭିଡକୁ ନିୟନ୍ତ୍ରଣ କରିଥିଲେ। ପାଖାପାଖି ଦେଢ଼ ଘଣ୍ଟା ଧରି ଏଠାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories