www.samajalive.in
Monday, December 15, 2025
17.1 C
Bhubaneswar

ଆନ୍ଧ୍ରପ୍ରଦେଶ ସରକାର ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ବିଜେପିର ଅଭିଯୋଗ

ଡେସ୍କ: ଏନଡିଏ କର୍ମୀଙ୍କ ବିରୋଧରେ ସରକାରୀ କଳର ଅପବ୍ୟବହାର ଅଭିଯୋଗରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ନିର୍ବାଚନ କମିଶନଙ୍କୁ ଭେଟି ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂହ, ଓମ୍ ପାଠକ, ତେଲୁଗୁ ଦେଶମ ପାର୍ଟି ସଦସ୍ୟ କେ ରବୀନ୍ଦ୍ର କୁମାର, ଜନସେନା ପାର୍ଟି ଅଧ୍ୟକ୍ଷ ଏନ୍ ମନୋହର ଏବଂ ଅନ୍ୟମାନଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ଏହି ପ୍ରସଙ୍ଗରେ ନୂଆଦିଲ୍ଲୀରେ କମିଶନଙ୍କୁ ଭେଟିଥିଲେ।

ବୈଠକ ପରେ ଅରୁଣ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ ଶାସକ ରାଜ୍ୟ ସରକାରଙ୍କ ସପକ୍ଷରେ କାମ କରିବା ପାଇଁ ସରକାରୀ କଳ ଉପରେ ଚାପ ପକାଇବାକୁ ଉଦ୍ୟମ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ପ୍ରତିନିଧି ଦଳ ଦାବି କରିଛି। ସମ୍ବେଦନଶୀଳ ନିର୍ବାଚନ କେନ୍ଦ୍ରଗୁଡ଼ିକରେ ଭିଡିଓଗ୍ରାଫି ଓ କେନ୍ଦ୍ରୀୟ ପୁଲିସ ଫୋର୍ସ ମୁତୟନ କରିବାକୁ ସେମାନେ ଦାବି କରିଛନ୍ତି।

- Advertisement -

ଜନସେନା ପାର୍ଟି ଅଧ୍ୟକ୍ଷ ଏନ୍ ମନୋହର କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ସ୍ଥିତିକୁ ନେଇ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି। ତେଲୁଗୁ ଦେଶମ ପାର୍ଟି ସଦସ୍ୟ କେ ରବୀନ୍ଦ୍ର କୁମାର ଶାସକ ୱାଇଏସଆରସିପି ସରକାର ଦ୍ୱାରା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories