ସମସ୍ତ ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟାର ହେଉ ଭିଡିଓଗ୍ରାଫି – ବିଜେପି

ଡେସ୍କ: ଆଗାମୀ ଲୋକସଭା ନିର୍ବାଚନ ସମୟରେ ସମସ୍ତ ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟାର ଭିଡିଓଗ୍ରାଫି କରିବାକୁ ବିଜେପି ଆଜି ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଏହି ପ୍ରସଙ୍ଗରେ ନୂଆଦିଲ୍ଲୀରେ କମିଶନଙ୍କୁ ଭେଟିଥିଲେ। ବୈଠକ ପରେ ଶ୍ରୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି ଯେ ଆଗାମୀ ନିର୍ବାଚନରେ ମତଦାନ ପ୍ରକ୍ରିୟାର ଭିଡିଓଗ୍ରାଫି ୫୦ରୁ ୧୦୦ ପ୍ରତିଶତକୁ ବୃଦ୍ଧି କରିବାକୁ ସେ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି। ଏହାଦ୍ୱାରା ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଘଟୁଥିବା ଘଟଣାର ସଠିକ ଡକ୍ୟୁମେଣ୍ଟେସନ୍ ସୁନିଶ୍ଚିତ ହେବା ସହ ଦେଶର ଗଣତନ୍ତ୍ର ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇବ। ସହରାଞ୍ଚଳର ଉଚ୍ଚ କୋଠା ପରିସରରେ ମତଦାନ କେନ୍ଦ୍ର ସ୍ଥାପନ କରିବାକୁ ଦଳ ଦାବି କରିଛି, ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ଭୋଟ୍ ଦେଇପାରିବେ।

ଫିକ୍ସଡ ଡିପୋଜିଟରେ ମିଳେ କ୍ରେଡିଟ୍ କାର୍ଡ, ଜମା ରାଶିର ୯୦ ପ୍ରତିଶତ ପର୍ଯ୍ୟନ୍ତ ସୀମା

ଶ୍ରୀ ବୈଷ୍ଣବ କହିଛନ୍ତି ଯେ ପ୍ରତିନିଧି ଦଳ ଆୟୋଗଙ୍କୁ ରାଜନୈତିକ ଦଳଗୁଡ଼ିକର ଗଣମାଧ୍ୟମ ବିଷୟବସ୍ତୁ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ, ଯାହାଦ୍ୱାରା ପ୍ରତ୍ୟେକ ରାଜନୈତିକ ଦଳ ସେମାନଙ୍କ ମତ ପ୍ରଦର୍ଶନ ଏବଂ ପ୍ରଚାର ପାଇଁ ସର୍ବାଧିକ ସମୟ ପାଇପାରିବେ।

Comments are closed.