www.samajalive.in
Monday, December 15, 2025
14.1 C
Bhubaneswar

‘ରୁଷ ଭଳି ଖଣ୍ଡ ଖଣ୍ଡ ହେବ ଭାରତ’ ଲେଖାକୁ ନେଇ ବିବାଦ, ଶିବସେନା, କଂଗ୍ରେସ ଓ ଏନସିପିକୁ ସମାଲୋଚନା କଲା ବିଜେପି

ଶିବସେନା ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ସଞ୍ଜୟ ରାଉତ ଦଳର ମୁଖପତ୍ର ‘ସାମନା’ରେ ଏକ ସ୍ୱତନ୍ତ୍ର ସ୍ତମ୍ଭରେ ଲେଖିଛନ୍ତି ଯେ ଆମ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଗୁଡିକୁ ଅସ୍ଥିର କରିବାରେ ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ ଏଭଳି ପରିସ୍ଥିତିରେ ଭାରତ ରୁଷ ଭଳି ଭାଙ୍ଗିଯିବ। ସଞ୍ଜୟ ରାଉତଙ୍କ ଏହି ଲେଖାକୁ ନେଇ ବିଜେପି ଦୃଢ ଆପତ୍ତି କରିଛି ଏବଂ ମହାରାଷ୍ଟ୍ରର ଶାସନ ବ୍ୟବସ୍ଥା ସମ୍ଭାଳି ଥିବା ଶିବସେନା, ଏନସିପି ଏବଂ କଂଗ୍ରେସକୁ ସମାଲୋଚନା କରିଛି। ବିଜେପି କହିଛି ଯେ ଶିବସେନା ଦେଶର ସହିଦମାନଙ୍କୁ ଅପମାନିତ କରିଛି।

ସାଂସଦ ଶ୍ରୀ ରାଉତ ଏହି ଲେଖାରେ କହିଛନ୍ତି, ‘ସରକାରଙ୍କ ପାଖରେ ଅର୍ଥ ନାହିଁ କିନ୍ତୁ ନିର୍ବାଚନ ଜିତିବା ଏବଂ ସରକାର ଭାଙ୍ଗିବା ଓ ଗଢିବା ପାଇଁ ଅର୍ଥ ଅଛି। ଯଦି ଆମର ପ୍ରଧାନମନ୍ତ୍ରୀଙ୍କୁ ଏହି ପରିସ୍ଥିତିରେ ରାତିରେ ଭଲ ନିଦ ହେଉଛି, ତେବେ ତାଙ୍କୁ ପ୍ରଶଂସା କରାଯିବା ଉଚିତ୍। ପୂର୍ବରୁ ପଶ୍ଚିମବଙ୍ଗ ବିଜେପି ନେତା ବିଜୟଭର୍ଗିଆ ଏକ ସମ୍ବେଦନଶୀଳ ସୂଚନା ଦେଇ କହିଥିଲେ ଯେ ମଧ୍ୟପ୍ରଦେଶରେ କଂଗ୍ରେସର କମଲନାଥ ସରକାରକୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବିଶେଷ ଉଦ୍ୟମ କରିଥିଲେ।

- Advertisement -

ଶ୍ରୀ ରାଉତ କହିଛନ୍ତି, ଯଦି ଆମ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଗୁଡିକୁ ଅସ୍ଥିର କରିବାକୁ ବିଶେଷ ଆଗ୍ରହ ଦେଖାଉଛନ୍ତି ତେବେ କଣ କରାଯାଇ ପାରିବ? ସେ ଲାହିଛନ୍ତି ଯେ, ଯଦି କେନ୍ଦ୍ର ସରକାର ଅନୁଭବ କରୁନାହାନ୍ତି ଯେ ଆମେ ରାଜନୈତିକ ଲାଭ ପାଇଁ ଲୋକମାନଙ୍କୁ କ୍ଷତି କରୁଛୁ, ତେବେ ରୁଷ ଭଳି ଆମ ଦେଶରେ ଘଟିବାକୁ ଅଧିକ ସମୟ ଲାଗିବ ନାହିଁ |

ଚୀନ୍ ସହିତ ଚାଲିଥିବା ସୀମା ବିବାଦ ଉପରେ ଶିବସେନା ସାଂସଦ କହିଛନ୍ତି, ୨୦୨୦ ମସିହାରେ ଚୀନ୍ ସୈନିକମାନେ ହିନ୍ଦୁସ୍ତାନ ସୀମାରେ ପ୍ରବେଶ କରିଥିଲେ। ସେମାନେ ସେମାନଙ୍କର ଜମି ଅଧିକାର କଲେ। ଆମେ ଚୀନ୍ ସୈନ୍ୟମାନଙ୍କୁ ପଛକୁ ହଟାଇ ପାରିଲୁ ନାହିଁ, କିନ୍ତୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଚୀନ ସାମଗ୍ରୀର ବହିଷ୍କାର କରାଗଲା। ସେ କହିଛନ୍ତି, ଯଦି ଚୀନର ପୁଞ୍ଜି ବିନିଯୋଗକୁ ରୋକିବା ପରିବର୍ତ୍ତେ ଚୀନ୍‌ ସୈନ୍ୟବାହିନୀକୁ ହଟାଇ ଦିଆଯାଇଥାନ୍ତା ତାହାଲେ ରାଷ୍ଟ୍ରବାଦ ପ୍ରକାଶ ପାଇଥାନ୍ତା।

ସାଂସଦଙ୍କ ଲେଖାକୁ ଦୃଢ ବିରୋଧ କରି ବିଜେପି ଶିବସେନାକୁ ‘ସୋନିଆ ସେନା’ ବୋଲି କହିଛି ଏବଂ ଶିବସେନା ନେତା ସହିଦମାନଙ୍କୁ ଅପମାନିତ କରିଥିବା କହିଛନ୍ତି। ବିଜେପି କହିଛି, ଶିବସେନା ନେତାମାନେ ଦେଶ ଭାଙ୍ଗିବା ବିଷୟରେ କଥାବାର୍ତ୍ତା କରିବା ଉଚିତ୍ ନୁହେଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories