ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଦୁର୍ନୀତିର ମାଷ୍ଟରମାଇଣ୍ଡ – ବିଜେପି

ଡେସ୍କ: ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ନ ମିଳିବା ପରେ ସେ ଏହି ଦୁର୍ନୀତିର ମାଷ୍ଟରମାଇଣ୍ଡ ବୋଲି ସ୍ପଷ୍ଟ ହୋଇଛି। ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ କହିଛନ୍ତି ଯେ ଯଦି କେଜ୍ରିୱାଲଙ୍କର କୌଣସି ନୈତିକତା ଅଛି, ତେବେ ସେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତରେ ସହଯୋଗ କରନ୍ତୁ। ସଚଦେବ କହିଛନ୍ତି ଯେ ଆଇନ ଦେଶରେ ସମସ୍ତଙ୍କୁ ସମାନ ଅଧିକାର ଦେଇଥାଏ କିନ୍ତୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନରେ ହାଜର ହେବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କେବଳ ବାହାନା କରୁଛନ୍ତି। ଖୁବଶୀଘ୍ର ସତ ପଦାକୁ ଆସିବ ବୋଲି ଶ୍ରୀ ସଚଦେବ କହିଛନ୍ତି।

​ସିବିଆଇ – ୟୁରୋପୋଲ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ, ମିଳିତ ମୁକାବିଲା ଦିଗରେ ମିଳିବ ସହଯୋଗ

Comments are closed.