www.samajalive.in
Saturday, December 6, 2025
16.1 C
Bhubaneswar

ରାଜଧାନୀରେ ବିଜେଡି-ବିଜେପି ବାହାଘର

ଭୁବନେଶ୍ୱର: ରାଜଧାନୀରେ ହେବ ଦୁଇ ରାଜନୈତିକ ଦଳଙ୍କ ବାହାଘର । ଆଉ ଏହି ବାହାଘର କରାଇବ କଂଗ୍ରେସ । ବିଜେପି-ବିଜେଡି ମଧ୍ୟରେ ହାତଗଣ୍ଠି ପକାଇବ କଂଗ୍ରେସ । ଉଭୟଙ୍କ ମଧ୍ୟରେ ଦୀର୍ଘ ୨୫ବର୍ଷ ହେବ ସମ୍ପର୍କ ଥିବାରୁ ଏମିତି ଏକ ନିଆରା ବାହାଘର କରିବାକୁ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଆୟୋଜନ କରିଛି କଂଗ୍ରେସ । ବିବାହ କାର୍ଯ୍ୟରେ ବିଜେଡି ବର ହେବ ଏବଂ ବିଜେଡି କନିଆ ସାଜିବ । ବାହାଘର ପାଇଁ ସାହାନାଇ ବାଜିଲାଣି । ଏଥିରେ ସାଧାରଣ ଜନତା ଅତିଥି ସାଜିବା ସହ ଭୋଜିଭାତ ଖାଇବାର ଆୟୋଜନ କରାଯାଇଛି । ରାଜ୍ୟରେ କ୍ଷମତାରେ ଥିବା ବିଜେଡି ସରାକାର ସବୁବେଳେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲକୁ ସମର୍ଥନ କରିଆସିଛି । ଯେତେବେଳେ ବିରୋଧୀ ମାନେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରୟାସ କରିଛନ୍ତି ସେତେବେଳେ ବିଜେଡି ବିଜେପି ସରକାର ସହ ଛିଡା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଖାଲି ସେତିକି ନୁହେଁ ଉଭୟ ଦଳର ନେତା ଅନେକ ସମୟରେ ପରସ୍ପରର ପ୍ରଶଂସା କରିଥାନ୍ତି । ଦୁଇ ଦଳ ମଧ୍ୟରେ ସବୁବେଳେ ଭିତିର ବୁଝାମଣା ଥିବା ଅଭିଯୋଗ କରି କଂଗ୍ରେସ ଏଭଳି ନିଆରା ବାହାଘରର ଆୟୋଜନ କରିଛି ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories