www.samajalive.in
Sunday, December 14, 2025
17.1 C
Bhubaneswar

ଧାନମଣ୍ଡି ଖୋଲିବା ଓ କଟନିଛଟନି ପ୍ରତିବାଦରେ ବିଜେପି କୃଷକ ମୋର୍ଚ୍ଚାର ବିକ୍ଷୋଭ

କେନ୍ଦୁଝରଗଡ଼: ରାଜ୍ୟ ସରକାର ନଭେମ୍ବର ୧ ତାରିଖରୁ ଓଡ଼ିଶାର ସମସ୍ତ ଧାନମଣ୍ଡି ଖୋଲିବା ପାଇଁ ଘୋଷଣା କରିଥିଲେ। ମାତ୍ର ନଭେମ୍ବର ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଧାନମଣ୍ଡି ଖୋଲିପାରିଲା ନାହିଁ। ଯଦ୍ୱାରା ଚାଷୀ ବାଧ୍ୟହୋଇ ଧାନକୁ ଦଲାଲମାନଙ୍କୁ ୧୩ରୁ ୧୪ ଶହ ଟଙ୍କାରେ ବିକ୍ରି କରୁଛନ୍ତି। ଏହାର ପ୍ରତିବାଦରେ ବୁଧବାର ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସାରା ରାଜ୍ୟରେ ୫୮ଟି ଉପଖଣ୍ଡରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ସହିତ ରାଜ୍ୟପାଳଙ୍କ ଉଦେଶ୍ୟରେ ୫ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏହିକ୍ରମରେ କେନ୍ଦୁଝର ଜିଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ବୁଧବାର ମଧ୍ୟାହ୍ନରେ କେନ୍ଦୁଝର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟପାଳଙ୍କ ଉଦେଶ୍ୟରେ କେନ୍ଦୁଝର ଉପଜିଲାପାଳଙ୍କ ମାଧ୍ୟମରେ ୫ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟ ସରକାର ତୁରନ୍ତ ଧାନମଣ୍ଡି ଖୋଲିବା ସହ ସପ୍ତାହରେ ୭ଦିନ ମଣ୍ଡି ଖୋଲିବା, ଧାନମଣ୍ଡିରେ କ୍ବିଣ୍ଟାଲ ପ୍ରତି ୫ରୁ ୧୦ କି.ଗ୍ରା. କଟନି ଛଟନି ବନ୍ଦ କରିବା, ଧାନମଣ୍ଡିରେ ମିଲରମାନଙ୍କ ଦାଦାଗିରି ବନ୍ଦ କରାଯିବା ସହିତ ମିଲରମାନଙ୍କ ପ୍ରବେଶକୁ ବନ୍ଦ କରିବା, ଧାନ କିଣା କାରବାରରେ ଟୋକନ ବ୍ୟବସ୍ଥାକୁ ଉଛେଦ କରାଯିବା ଦାବି କରିଛନ୍ତି। ରାଜ୍ୟ ସରକାର ଯଥାଶୀଘ୍ର ଉକ୍ତ ଦାବିଗୁଡିକୁ ପୁରଣ କରନ୍ତୁ ବୋଲି ରାଜ୍ୟ ସଭାପତି ମହେଶ୍ୱର ସାହୁ ଦାବି କରିଛନ୍ତି। ଯଦି ରାଜ୍ୟ ସରକାର ଉକ୍ତ ଦାବିଗୁଡିକୁ ତୁରନ୍ତ ପୁରଣ ନକରନ୍ତି ତାହାହଲେ ଆଗାମୀ ଦିନରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବା ସହିତ ଓଡ଼ିଶାର ସମସ୍ତ ଗ୍ରାମ ମାନଙ୍କରେ କୃଷକ ପଞ୍ଚାୟତ କରାଯାଇ ନବୀନ ସରକାରର ଚାଷୀ ମାରଣ ନୀତି, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସଚେତନତା ସୃଷ୍ଟି କରାଯିବ ବୋଲି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଚେତାବନୀ ଦେଇଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଚାଷୀମାନଙ୍କ ଆୟକୁ ଦୁଇଗୁଣା କରିବା ପାଇଁ କରିଥିବା କୃଷକ କଲ୍ୟାଣକାରୀ ଯୋଜନା ଉପରେ ଚାଷୀ ମାନଙ୍କୁ ଅବଗତ କରାଇବା ସହ ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣକାରୀ ଯୋଜନାକୁ ଓଡ଼ିଶା ସରକାର ହରିଲୁଟ କରି ଚାଷୀଙ୍କୁ ସେମାନଙ୍କ ହକରୁ କିଭଳି ବଞ୍ଚିତ କରୁଛନ୍ତି ବୋଲି ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଭାଷଣ ପ୍ରସଙ୍ଗରେ ଏହା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବିଜେପି ଜିଲା କୃଷକ ମୋର୍ଚ୍ଚା ସଭାପତି ଭାଗିରଥି ସିଂ, ଜିଲା କୋଷାଧ୍ୟକ୍ଷ ହରିହର ମହାନ୍ତ, ଘଷିପୁରା ପ୍ରଭାରୀ ସୁବ୍ରତ ମହାନ୍ତି, ବରିଷ୍ଠ ବିଜେପି ନେତ୍ରୀ କିରଣବାଳା ନାଏକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories