ବିଜେଡି ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମୀ ସମ୍ମିଳନୀ

କଣ୍ଟାବାଞ୍ଜି : କଣ୍ଟାବାଞ୍ଝି ଜିଆର ପ୍ୟାଲେସଠାରେ ବିଜେଡିର ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ବିଜେଡି କର୍ମୀମାନେ ଗାଁ କୁ ଗାଁ ଯାଇ ପ୍ରତ୍ୟେକଙ୍କ ଘରେ ଶଙ୍ଖ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ । ଅଜୟ ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ମୁରିବାହାଲ ବ୍ଲକ ସଭାପତି ମିନିକେତନ ପାତ୍ର, ଜିଲ୍ଲା ଯୁବ ସମ୍ପାଦକ ଶାନ୍ତନୁ ବିଭାର,  ଆଇନଜୀବୀ ରାଜେଶ ଶର୍ମା,  ଜିଲ୍ଲା ସମ୍ପାଦକ ବିନୟ ବିଭାର ପ୍ରମୂଖ ଉପସ୍ଥିତ ରହିଥିଲେ।

Comments are closed.