www.samajalive.in
Saturday, December 6, 2025
15.1 C
Bhubaneswar

ଆଇଓସିଏଲ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ବିଜେଡିର ବିକ୍ଷୋଭ ଆଜି

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ବହୁ ପ୍ରଚାରିତ ଉଜ୍ଜ୍ୱଳା ଯୋଜନା ଗରିବଙ୍କ ଜ୍ୱାଳାରେ ପରିଣତ ହୋଇଛି। ଗରିବ ମହିଳାଙ୍କ ଆଖିରୁ ଲୁହ ପୋଛିବା ପାଇଁ ଏହି ଯୋଜନା କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତାମାନେ ଜୋରଦାର ପ୍ରଚାର କରୁଥିବା ବେଳେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ବୋଲି ବିଜେଡି ଅଭିଯୋଗ କରିଛି। ଏହି ଯୋଜନାରେ ମହିଳାଙ୍କୁ ଶୋଷଣ କରାଯାଉଛି। ଏହା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଏହି ବିଫଳତାରୁ ଦଲାଲମାନେ ଫାଇଦା ନେଉଛନ୍ତି। ଉଜ୍ଜ୍ୱଳା ଦୁର୍ନୀତି ବିରୋଧରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି। ଗୁରୁବାର ପୂର୍ବାହ୍ନ ୧୦ଟାରେ ଦଳ ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଆଇଓସିଏଲର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।
ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇ କହିଛନ୍ତି, ଉଜ୍ଜ୍ୱଳା ଯୋଜନା ଏନ୍‍ଡିଏ ସରକାରର ଏକ ବଡ଼ ଦୁର୍ନୀତି ବୋଲି ପ୍ରମାଣିତ ହୋଇଛି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଉଜ୍ଜ୍ୱଳା ଯୋଜନା ଆରମ୍ଭ ହେବା ଦିନଠାରୁ ଗତ ଜୁଲାଇ ୩୦ ତାରିଖ ସୁଦ୍ଧା ଓଡ଼ିଶାରେ ୩୦ଲକ୍ଷ ୪୮ ହଜାର ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ରାଜ୍ୟରେ ଏହି ହିତାଧିକାରୀଙ୍କ ମଧ୍ୟରୁ ୨୦୧୬-୧୭ ଆର୍ôଥକ ବର୍ଷରେ ୮,୧୮,୭୮୬ ହିତାଧିକାରୀ ଦ୍ୱିତୀୟ ଥର ରିଫିଲିଂ କରିଥିବା ବେଳେ ୨୦୧୭-୧୮ରେ ବର୍ତ୍ତମାନ ସୁଦ୍ଧା ଏହା ହ୍ରାସ ପାଇ ୬,୪୫,୨୬୫ରେ ପହଞ୍ଚିଛି। ଏଥିରୁ ପ୍ରକୃତ ଦୃଶ୍ୟ ବାରି ହୋଇପଡୁଛି। କେନ୍ଦ୍ରମନ୍ତ୍ରୀଙ୍କ ଜିଲା ଅନୁଗୋଳରେ ୧୦୫୫୦୮ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା। ୨୦୧୬-୧୭ରେ ମାତ୍ର ୩୫୪୦୬ ଜଣ ଏବଂ ୨୦୧୭-୧୮ରେ ଅଦ୍ୟାବଧି ୧୬୯୫୦ ଜଣ ହିତାଧିକାରୀ ଦ୍ୱିତୀୟ ରିଫିଲିଂ ନେଇଛନ୍ତି। ଏହି ପରିସଂଖ୍ୟାନ ଅନୁଯାୟୀ ଓଡ଼ିଶାରେ ୨୪ଲକ୍ଷ ସିଲିଣ୍ଡର ରିଫିଲିଂ ହେଉନଥିବା ବେଳେ ଏହି ସିଲିଣ୍ଡରଗୁଡିକ କଳାବଜାର କରାଯାଇଛି।
ଅନ୍ୟପକ୍ଷରେ ଉଜ୍ଜ୍ୱଳା ଯୋଜନାର ସବ୍‍ସିଡି ଅର୍ଥ ଠିକ୍‍ ରୂପେ ହିତାଧିକାରୀଙ୍କ ଖାତାକୁ ଆସୁନାହିଁ। ବିଜେପି ନେତାମାନେ ହିତାଧିକାରୀ ଚିହ୍ନଟ କରିଛନ୍ତି। ବିଜେପି ଗଣମାଧ୍ୟମରେ ନିଜର ସ୍ଥିତିକୁ ଜାହିର କରିବା ପାଇଁ ଏହି ଯୋଜନାକୁ ନେଇ ଯେଉଁ ବାତାବରଣ ସୃଷ୍ଟି କରୁଛି ସେଥିରୁ ନିବୃତ ରହିବା ଉଚିତ ବୋଲି ସେ କହିଥିଲେ। ତୈଳ କମ୍ପାନୀଗୁଡିକ ହଜାର ହଜାର କୋଟି ଟଙ୍କାର ଲାଭ କରୁଥିବା ବେଳେ ସାଧାରଣ ଗୃହିଣୀମାନଙ୍କ ଉପରେ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍‍ ମୂଲ୍ୟ ବୃଦ୍ଧି କରି ଯେଉଁ ଛାଟ ମାରିଛନ୍ତି, ତାହାକୁ ଓଡ଼ିଶାର ମହିଳାମାନେ କଦାପି ବରଦାସ୍ତ କରିବେ ନାହିଁ। ଉଜ୍ଜ୍ୱଳା ଯୋଜନାର ମହା ଦୁର୍ନୀତି ପରେ ରନ୍ଧନ ଗ୍ୟାସ୍‍ର ମୂଲ୍ୟ ବୃଦ୍ଧି, କଟା ଘା’ରେ ଚୂନ ସଦୃଶ।
ଏହି ଅବସରରେ ସେ ରାଜନଗରରେ ଉଜ୍ଜ୍ୱଳା ଯୋଜନାର ଦୁର୍ନୀତି ସମ୍ପର୍କରେ ସୂଚନା ଦେଇଥିଲେ। ଯୋଜନାରେ ଭୂତ ହିତାଧିକାରୀମାନଙ୍କୁ ପଞ୍ଜିକୃତ କରାଇ କେନ୍ଦ୍ର ସରକାର ଯେଉଁ ହରିଲୁଟ୍‍ ଚଲାଇଛନ୍ତି, ତାହା ଅତି ନିନ୍ଦନୀୟ ବୋଲି ସେ ପ୍ରକାଶ କରିଥିଲେ। ୨୦୧୪ରୁ ରନ୍ଧନ ଗ୍ୟାସ୍‍ର ମୂଲ୍ୟ କ୍ରମାଗତ ଭାବରେ ୨୨ଥର ବୃଦ୍ଧି କରାଯାଇଛି। ଦଳର ମୁଖପାତ୍ର ସୁଲୋଚନା ଦାସ ଏନଡିଏ ସରକାରର ଉଜ୍ଜ୍ୱଳା ଯୋଜନାରେ ଦେଶର ମହିଳାଙ୍କୁ ପ୍ରତାରିତ କରିଥିବା କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ବିଜେଡି ଉପ ସଭାନେତ୍ରୀ ଗୀତାଞ୍ଜଳି ବସ୍ତିଆ ଏବଂ ଭୁବନେଶ୍ୱର ଜିଲା ସଭାନେତ୍ରୀ ଭାରତୀ ସିଂହ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories