www.samajalive.in
Saturday, December 6, 2025
16.1 C
Bhubaneswar

ଧନରାଜ ପିଲ୍ଲେ- ଦିଲୀପ ତିର୍କୀ ଏକାଦଶ ମଧ୍ୟରେ ଖେଳାଯିବ ପ୍ରଦର୍ଶନୀ ମ୍ୟାଚ୍‍

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଆଉ ମାତ୍ର ୫୪ଦିନ ପରେ ହକି ମହାକୁମ୍ଭ ଚତୁର୍ଦଶ ପୁରୁଷ ହକି ବିଶ୍ୱକପ ଖେଳାଯିବ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଉକ୍ତ ପ୍ରତିଯୋଗିତା ଲାଗି କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସ ନୂଆ ରୂପ ନେଇଛି। ହକି ବିଶ୍ୱକପ ଲାଗି ନବକଳେବର ହୋଇଥିବା କଳିଙ୍ଗ ଷ୍ଟାଡ଼ିୟମ ହକି ଗ୍ରାଉଣ୍ଡ ଉଦ୍‍ଘାଟନ ଚଳିତ ଅକ୍ଟୋବର ୧୦ରେ ଅନୁଷ୍ଠିତ ହେବ। ଏହି ଅବସରରେ ନୂତନ ସିନ୍ଥେଟିକ୍‍ ଟର୍ଫରେ ହକିର ଦୁଇ କିମ୍ବଦନ୍ତୀ ଧନରାଜ ପିଲେ ଓ ଦିଲୀପ ତିର୍କୀ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ ଖେଳାଯିବ। ପିଲ୍ଲେ ଓ ତିର୍କୀଙ୍କ ଟିମ୍‍ରେ ଉଭୟ ଅତୀତର ହକି କିମ୍ବଦନ୍ତୀ ଓ ଭାରତୀୟ ଜାତୀୟ ଦଳର ମିଶ୍ରଣ ରହିଛି। ପି.ଆର ଶ୍ରୀଜେଶ, ମନପ୍ରୀତ୍‍ ସିଂହ, ହରମନପ୍ରିତ୍‍ ସିଂହ, ସର୍ଦ୍ଦାର ସିଂହ, ବିରେନ ରକ୍‍କିହ୍ନା, ଦୀପକ ଠାକୁରଙ୍କ ସହିତ ଓଡ଼ିଆ ଖେଳାଳିିମାନଙ୍କ ଆକ୍ସନ ଦେଖିବାକୁ ମିଳିବ।
କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ବିଶାଳ ଦେବ କହିଛନ୍ତି ଶ୍ରେଷ୍ଠ କ୍ରୀଡ଼ା ଭିତ୍ତିଭୂମି ପ୍ରଦାନ କରିବା ଲକ୍ଷ୍ୟ ନେଇ ଓଡ଼ିଶା ସରକାର କଳିଙ୍ଗ ଷ୍ଟାଡ଼ିୟମକୁ ରିମଡେଲ(ପୁନର୍ଗଠନ) କରି ସବୁ ପ୍ରକାର କ୍ରୀଡ଼ା ଓ ଖେଳ ପାଇଁ ଏକ ଅନ୍ତର୍ଜାତୀୟ କ୍ରୀଡ଼ା କମ୍ପେ୍ଲକ୍ସ ନିର୍ମାଣ କରାଯାଇଛି। ମୁଖ୍ୟ ଗ୍ରାଉଣ୍ଡ ଓ ଅଭ୍ୟାସ ଗ୍ରାଉଣ୍ଡରେ ନୂତନ ବ୍ଲୁ ଟର୍ଫ ବିଛାଯାଇଥିବାବେଳେ ଦର୍ଶକଙ୍କ କ୍ଷମତା ୮ ହଜାରରୁ ୧୫ ହଜାରରୁ ବୃଦ୍ଧି କରାଯାଇଛି। ଉତ୍ତର ଓ ଦକ୍ଷିଣ ପଟରେ ଦୁଇଟି ନୂତନ ଗ୍ୟାଲେରୀ ନିର୍ମାଣ କରାଯାଇଛି। ଦର୍ଶକମାନଙ୍କ ଲାଗି ପୂରା ଗ୍ୟାଲେରୀରେ ଚେୟାର ବ୍ୟବସ୍ଥା କରାଯାଇଥିବାବେଳେ ନୂତନ ଡ୍ରେସିଂ ରୁମ୍‍, ଚେଞ୍ଜିଂ ରୁମ୍‍ ମଧ୍ୟ ପ୍ରସ୍ତୁତ କରାଯାଇଛି ବୋଲି କ୍ରୀଡ଼ା ସଚିବ ଶ୍ରୀ ଦେବ କହିଛନ୍ତି। ଓଡ଼ିଶା ପ୍ରଦର୍ଶନୀ ହକି ମ୍ୟାଚ ବିଷୟରେ ଧନରାଜ ପିଲ୍ଲେ କହିଛନ୍ତି ଓଡ଼ିଶା ସରକାର ହକିରେ ନୂତନ ଜୀବନ ସଞ୍ଚାର କରୁଛନ୍ତି ଓ ଏଭଳି ଅଭିଯାନ ପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ପ୍ରଦାନ କରୁଛି। ଖେଳ କିମ୍ବଦନ୍ତୀ ଓ ଟିମ୍‍ ଇଣ୍ଡିଆକୁ ନେଇ ଏହି ପ୍ରଦର୍ଶନୀ ମ୍ୟାଚ ଭାରତୀୟ ହକିର ଏକ ସ୍ମରଣୀୟ କାର୍ଯ୍ୟକ୍ରମ। ଆଶା କରୁଛି ଯେ କଳିଙ୍ଗ ଷ୍ଟାଡ଼ିୟମରେ ହେବାକୁ ଥିବା ଥିବା ଭିଡ଼ ସହିତ ଘରେ ବସିଥିବା ଓ ଆମକୁ ଦେଖୁଥିବା ପ୍ରତିଟି ହକି ପ୍ରେମୀଙ୍କର ଆମେ ମନୋରଞ୍ଜନ କରିପାରିବୁ ବୋଲି ପିଲେ କହିଛନ୍ତି। ଦିଲୀପ ତିର୍କୀ କହିଛନ୍ତି ଓଡ଼ିଶା ଓ କଳିଙ୍ଗ ଷ୍ଟାଡ଼ିୟମର ଗୌରବକୁ ପ୍ରଦର୍ଶିତ କରିବା ପାଇଁ ଏହି ଆଇକନିକ୍‍ ମ୍ୟାଚ ମାଧ୍ୟମରେ ଭାରତୀୟ ହକିର ଅତୀତ ଓ ବର୍ତ୍ତମାନକୁ ଏକତ୍ରିତ କରିବା ଠାରୁ ଆଉ କିଛି ଉନ୍ନତ ହୋଇନପାରେ। ଧନରାଜ ଓ ତାଙ୍କ ଟିମ୍‍ ସହିତ ଲଢେଇ କରିବାକୁ ଯାଉଥିବାରୁ ମୁଁ ବହୁତ ଉତ୍ସାହିତ ଓ ମୋ ଦଳ କ୍ରୀଡ଼ାପ୍ରେମୀଙ୍କୁ ଏକ ଭଲ ଖେଳ ଭେଟିଦେବାକୁ ଚାହିଁ ରହିଛୁ ବୋଲି ଦିଲୀପ କହିଛନ୍ତି। ମାଇଁ ହାର୍ଟ ବିଟ୍‍ ଫର ହକିର ସୃଷ୍ଟିକର୍ତ୍ତା ନୂପୁର ମହାଜନ କହିଛନ୍ତି ପ୍ରଦର୍ଶନୀ ମ୍ୟାଚ ହକି ପାଇଁ ଓଡ଼ିଶାର ଥିବା ଭଲପାଇବା ପ୍ରତି ଏହା ହେଉଛି ଶ୍ରଦ୍ଧାଞ୍ଜଳି। କଳିଙ୍ଗ ଷ୍ଟାଡ଼ିୟମର ଦ୍ୱାରକୁ ଉନ୍ମୁକ୍ତ କରିବା ଓ ବିଶ୍ୱକପର ଅବଗଣନା ପାଇଁ ଭାରତୀୟ ହକିର ବରପୁତ୍ରମାନଙ୍କୁ ନେଇ ଏହି ମ୍ୟାଚ ଆୟୋଜନ କରିବା ଯେଉଁଥିରେ ଭାରତର ଶ୍ରେଷ୍ଠ ବନାମ ଭାରତର ଶ୍ରେଷ୍ଠଙ୍କୁ ଦେଖିବାକୁ ମିଳିବ। ତା ଠାରୁ ଆଉ କଣ ଅଧିକ ଉନ୍ନତ ହୋଇପାରେ। ଏହା ଏକ ହକି ମୁହୂର୍ତ୍ତ ଯେଉଁଠାରେ କଳିଙ୍ଗ ଷ୍ଟାଡ଼ିୟମରେ ଯୁବ ଓ ଅଭିଜ୍ଞଙ୍କ ମିଶ୍ରଣ ହେବ। ଧନରାଜ ପିଲ୍ଲେ ଓ ଦିଲୀପ ତିର୍କୀ ଉଭୟ ବାସ୍ତବରେ କିମ୍ବଦନ୍ତୀ ଓ ଏହି ମ୍ୟାଚ ସେହିଭଳି ମଧ୍ୟ ରହିବ ବୋଲି ନୂପୁର କହିଛନ୍ତି।
ଟିମ୍‍ ଧନରାଜ୍‍ ପିଲ୍ଲେ
ଧନରାଜ ପିଲ୍ଲେ(ଅଧିନାୟକ), ପି.ଆର ଶ୍ରୀଜେଶ (ଗୋଲକିପର), ବୀରେନ୍ଦ୍ର ରକ୍‍କିହ୍ନା, ସର୍ଦାର ସିଂହ, ପ୍ରଭଜ୍ୟୋତ ସିଂହ, ସନ୍ଦୀପ ସିଂହ, ବରୁଣ କୁମାର,ହରମନପ୍ରୀତ ସିଂହ, ଗୁରିନ୍ଦର ସିଂହ, କାଥୋଜିତ ସିଂହ, ଜମନପ୍ରୀତ ସିଂହ, ଚିଙ୍ଗସେଲେନା ସିଂହ କାଙ୍ଗୁଜାମ, ସିମ୍‍ରନଜିତ୍‍ ସିଂହ, ହାର୍ଦ୍ଧିକ ସିଂହ, ଏସ.ଭି ସୁନୀଲ, ଗୁରୁଜାଣ୍ଟ ସିଂହ, ଦିଲପ୍ରୀତ ସିଂହ, ପ୍ରଦୀପ ସିଂହ, ପ୍ରଶିକ୍ଷକ- ହରେନ୍ଦ୍ର ସିଂହ।
ଟିମ୍‍ ଦିଲୀପ ତିର୍କୀ
ଦିଲୀପ ତିର୍କୀ (ଅଧିନାୟକ), କ୍ରିଷ୍ଣା ବାହାଦୂର, ପାଠକ(ଗୋଲକିପର), ଇଗ୍ନେସ ତିର୍କୀ, ଭି.ଆର ରଘୁନାଥ, ଦୀପକ ଠାକୁର, ମନପ୍ରୀତ ସିଂହ, ଦୀପସାନ ତିର୍କୀ, ରୁପିନ୍ଦରପାଲ ସିଂହ, ସୂରଜ କେରକେରା, ନୀଲମ ସଞ୍ଜୀବ ଖେସ, ସୁରେନ୍ଦ୍ର କୁମାର, ଅମିତ ରୋହିଦାସ, ସୁମିତ, ନୀଳକଣ୍ଠ ଶର୍ମା, ଲଳିତ ଉପାଧ୍ୟାୟ, ଆକାଶଦୀପ ସିଂହ, ମନଦୀପ ସିଂହ ଓ ସୁମିତ କୁମାର , ପ୍ରଶିକ୍ଷକ-କ୍ରିସ୍‍ କିରିଲିଓ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories