ନିର୍ମାଣାଧୀନ ଇଣ୍ଡୋର ଷ୍ଟାଡିୟମ କାର୍ଯ୍ୟ ତଦାରଖ କଲେ ବିଜେଡ଼ି ପ୍ରତିନିଧି

କଣ୍ଟାବାଞ୍ଜି : ଛଅ କୋଟି ଟଙ୍କା ବ୍ୟୟରେ କଣ୍ଟାବାଞ୍ଜିରେ ଏକ ଇଣ୍ଡୋର ଷ୍ଟାଡିୟମ୍ ପାଇଁ ନିର୍ମାଣ କାର୍ଯ୍ୟ ବିଜେଡିର ଏକ ପ୍ରତିନିଧି ଦଳ ବୁଲି ଦେଖିଛନ୍ତି।
ବିଜେଡି ନଗର ସଭାପତି ଦେବାର ବାରିକ, ଯୁବ ସଭାପତି ବିଶାଳ ବେହେରା, ୱର୍ଡ ନମ୍ବର ୧୧ର କାଉନସିଲର ସୂର୍ଯ୍ୟ ପ୍ରତାପ ମିଶ୍ର, ରାଜେଶ ଶର୍ମା, ବିଷ୍ଣୁ ବେହେରା, ଜିଲ୍ଲା କାର୍ୟକାରୀଣୀ ସଦସ୍ୟ ମୁନା ମହାନ୍ତି, ବିଜେଡି ନେତା ଆନନ୍ଦ ଅଗ୍ରୱାଲ, ପ୍ରମୋଦ କର, ପ୍ରହଲ୍ଲାଦ ବଛା, ମଣ୍ଟୁ ଗଡୁଆ, ବିଶ୍ୱନାଥ ଦଣ୍ଡସେନା, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦିକା ପିଙ୍କି ଖରାସେଲ, ନଗର ସଭାନେତ୍ରୀ ସସ୍ମିତା ଦଣ୍ଡସେନା ନାରୀନେତ୍ରୀ ଅଷ୍ଟାମୀ ବଗର୍ତି ପ୍ରମୁଖ ଏହି ଦଳରେ ଯାଇ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି।

Comments are closed.